ଓଡିଶା

odisha

By

Published : Nov 21, 2019, 2:37 PM IST

ETV Bharat / sitara

ପୁଣି ଏକାଠି ହେବେ ‘ଉରି’ ଟିମ

ପପୁଲାର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ଆଗାମୀ ଫିଲ୍ମରେ ଅଭିନୟ କରିବେ ହ୍ୟାଣ୍ଡସମ ଆକ୍ଟର ବିକ୍କୀ କୌଶଲ । ପୂର୍ବରୁ ଏହି ଯୋଡି ବକ୍ସ ଅଫିସକୁ ବ୍ଲକବଷ୍ଟର ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ ଦେଇସାରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିକ୍କୀ କୌଶଲ

ମୁମ୍ବାଇ: ଏଥର ହରର ଫିଲ୍ମ ଜରିଆରେ ଦର୍ଶକଙ୍କୁ ଡରାଇବାକୁ ପ୍ରସ୍ତୁତ ‘ଉରି’ ଫେମ ବିକ୍କୀ କୌଶଲ । ସେ ଖୁବଶୀଘ୍ର ନିଜର ଆଗାମୀ ଫିଲ୍ମ ‘ଭୂତ୍’ ନେଇ ପରଦାରେ ନଜର ଆସିବେ । ନିକଟରେ ରିଲିଜ ହୋଇଯାଇଛି ଫିଲ୍ମର ଅନେକ ପୋଷ୍ଟର । ‘ଭୂତ’ର ଭୟାନକ ପୋଷ୍ଟର ଦେଖି ଫିଲ୍ମ ଦେଖିବାକୁ ବ୍ୟାକୁଳ ଦର୍ଶକ । ଇତିମଧ୍ୟରେ ବିକ୍କୀଙ୍କ ହାତରେ ଲାଗିଛି ଆଉ ଏକ ବଡ ପ୍ରୋଜେକ୍ଟ । ସେ ପୁଣିଥରେ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ର ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ସହ କାମ କରିବାକୁ ଯାଉଛନ୍ତି ।

ଆଦିତ୍ୟଙ୍କ ଅପକମିଂ ଫିଲ୍ମ ସୁପରହିରୋ କାହାଣୀକୁ ନେଇ ଆଧାରିତ ହେବ । ଫିଲ୍ମର ଟାଇଟଲ ‘ଦ ଇମ୍ମୋର୍ଟାଲ ଅଶ୍ବଥାମା’ ରଖାଯାଇଛି । ଏହା ଏକ ଆକ୍ସନ ଡ୍ରାମା ଫିଲ୍ମ । ଆଉ ବିକ୍କୀ ଏହି ଫିଲ୍ମରେ ଶାନଦାର ଅଭିନୟ କରିବେ ବୋଲି ବିଶ୍ବାସ ରଖୁଛନ୍ତି ଆଦିତ୍ୟ ।

ଫିଲ୍ମକୁ ନେଇ ଆଦିତ୍ୟ କହିଛନ୍ତି ଯେ ‘ଦ ଇମ୍ମୋର୍ଟାଲ ଅଶ୍ବଥାମା’ର ସୁଟ ଗୋଟିଏ ସିଡ୍ୟୁଲରେ କରାଯିବ । ଫିଲ୍ମର ସୁଟିଂ ଗ୍ରୀନଲ୍ୟାଣ୍ଡ, ଟୋକିଓ, ନ୍ୟୁଜଲ୍ୟାଣ୍ଡ ଏବଂ ନାମିବିୟାରେ କରାଯିବାର ପ୍ଲାନିଂ ଚାଲିଛି । ସେ ଫିଲ୍ମର ଆକ୍ସନ ସିନ୍ସ ପାଇଁ କିଛି ଦେଶର ଟିମ ସହ ମିଶି କାମ କରିବେ । ପୁରା ପୋଷ୍ଟ ପ୍ରଡକ୍ସନ ଏବଂ ଭିଏଫଏକ୍ସ ଆମେରିକାରେ ପୂରଣ କରାଯିବ । ସେହିପରି ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇବେ ରୋନୀ ସ୍କ୍ରୁୱାଲା ।

ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ଆଦିତ୍ୟ ଫିଲ୍ମ ପାଇଁ ଆମେରିରାର ଅନେକ ଷ୍ଟୁଡିଓ ସହ ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିଦେଇଛନ୍ତି । ବିକ୍କୀଙ୍କ ପାଇଁ ‘ଦ ଇମ୍ମୋର୍ଟାଲ ଅଶ୍ବଥାମା’ରେ ଅଭିନୟ କରିବା ସହଜ ନୁହେଁ । କାରଣ ସେ ଫିଲ୍ମ ପାଇଁ ପ୍ରଥମେ ଶରୀରର ଓଜନ ବଢାଇବେ ପୁଣି କମାଇବେ । ବର୍ତ୍ତମାନ ସେ ଓଜନ ବଢାଇବା ଉପରେ ଅଧିକ ଧ୍ୟାନ ଦେଉଛନ୍ତି ।

ABOUT THE AUTHOR

...view details