ଓଡିଶା

odisha

By

Published : Oct 10, 2020, 8:01 PM IST

ETV Bharat / sitara

‘ଲକ୍ଷ୍ମୀ ବମ’ ଟ୍ରେଲର ପ୍ରଶଂସାରେ କିନ୍ନର ଲକ୍ଷ୍ମୀ

ଅକ୍ଷୟଙ୍କ ଲକ୍ଷ୍ମୀ ଅବତାରରେ ଖୁସି ଜାହିର କଲେ ସାମାଜିକ କର୍ମୀ ଲକ୍ଷ୍ମୀ । ସୋସିଆଲ ମିଡିଆରେ ତାଙ୍କୁ ଧନ୍ୟବାଦ ଜଣାଇଲେ ଖିଲାଡି।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ଲକ୍ଷ୍ମୀ ବମ’ର ଜବରଦସ୍ତ ଟ୍ରେଲର ରିଲିଜ ହେବା ପରଠୁ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଯାହାକୁ ପସନ୍ଦ କରିଛନ୍ତି ସମସ୍ତେ । ଆଉ ଏହାର ପ୍ରଶଂସା ମଧ୍ୟ ସୋସିଆଲ ମିଡିଆରେ କରାଯାଉଛି । ଫିଲ୍ମରେ ଅକ୍ଷୟ ପ୍ରଥମଥର କିନ୍ନର ଅବତାରରେ ନଜର ଆସିବେ । ଯାହାର ଝଲକ ଟ୍ରେଲରରେ ଦେଖିବାକୁ ମିଳୁଛି । ସେପଟେ ଅକ୍ଷୟଙ୍କ ଏହି ଅବତାରରେ ଖୁସି ପ୍ରକାଶ କରିଛନ୍ତି କିନ୍ନର ସମୁଦାୟ।

ଆଜ୍ଞା ହଁ, ‘ଲକ୍ଷ୍ମୀ ବମ’ ଟ୍ରେଲର ଦେଖି କିନ୍ନର ସମୁଦାୟ ପାଇଁ କାମ କରୁଥିବା ସାମାଜିକ କର୍ମୀ ଲକ୍ଷ୍ମୀ ତ୍ରିପାଠୀ ଅକ୍ଷୟଙ୍କ ପ୍ରଶଂସା କରିଛନ୍ତି। ନିଜର ଏକ ଭିଡିଓ ସେୟାର କରି ସେ କହିଛନ୍ତି, ‘ମୁଁ ଲକ୍ଷ୍ମୀ ବମର ଟ୍ରେଲର ଦେଖିବାକୁ ଅପେକ୍ଷା କରିଥିଲି । ଟ୍ରେଲରରେ ଏହା ଶୁଣି ଭଲ ଲାଗିଲା ବରସନେ ଆଇ ହେ ଲକ୍ଷ୍ମୀ। କାରଣ ମୋ ନାମ ମଧ୍ୟ ଲକ୍ଷ୍ମୀ ଆଉ ଏହି ସମୟରେ ସମସ୍ତଙ୍କୁ ଲକ୍ଷ୍ମୀର ଆବଶ୍ୟକତା ଅଛି ।’ ଏହାସହ ସେ ଅକ୍ଷୟଙ୍କ ପୁରା ଟିମକୁ ଧନ୍ୟବାଦ ଜଣାଇଛନ୍ତି ।

ସେପଟେ ଅକ୍ଷୟ ତାଙ୍କ ଏହି ପୋଷ୍ଟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆମ ପାଇଁ ଏହା ଶାନଦାର କଥା। ଜଣେ ଲକ୍ଷ୍ମୀଙ୍କ ପକ୍ଷରୁ ଅନ୍ୟ ଲକ୍ଷ୍ମୀଙ୍କୁ ଧନ୍ୟବାଦ । ଲକ୍ଷ୍ମୀ ନାମ ପ୍ରକୃତରେ ବିଶେଷ। ଆପଣଙ୍କ ସ୍ନେହ ପାଇଁ ଧନ୍ୟବାଦ ।’

ABOUT THE AUTHOR

...view details