ଓଡିଶା

odisha

By

Published : Feb 26, 2021, 1:01 PM IST

ETV Bharat / sitara

ଗଳି ପଡିଲେ ୱିଙ୍କ ଗାର୍ଲ, ଭିଡିଓ ଭାଇରାଲ

ଶୁକ୍ରବାର ରିଲିଜ ହୋଇଯାଇଛି ତେଲୁଗୁ ଆକ୍ସନ, ଥ୍ରିଲର ଫିଲ୍ମ ‘ଚେକ୍’ । ଏହି ଫିଲ୍ମରେ ଡେବ୍ୟୁ କରିଛନ୍ତି ପ୍ରିୟା ପ୍ରକାଶ । ଏବେ ଭାଇରାଲ ହେଉଛି ତାଙ୍କର ଏକ ଭିଡିଓ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟା ପ୍ରକାଶ ୱାରିୟର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟା ପ୍ରକାଶ ୱାରିୟର

ମୁମ୍ବାଇ: ଆଖି ମାରି ସମସ୍ତଙ୍କୁ ଦିୱାନା କରିଥିବା ୱିଙ୍କ୍ ଗାର୍ଲ ପ୍ରିୟା ପ୍ରକାଶ ୱାରିୟରଙ୍କ ଆଗାମୀ ଫିଲ୍ମ ‘ଚେକ୍’କୁ ନେଇ ଏକ୍ସାଇଡେଟ ଫ୍ୟାନ୍ସ । ଏହି ତେଲୁଗୁ ଫିଲ୍ମ ଜରିଆରେ ସେ ଟଲିଉଡରେ ଡେବ୍ୟୁ କରିଛନ୍ତି । ଆଉ ଫିଲ୍ମରେ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି ଲୋକପ୍ରିୟ ସାଉଥ ଆକ୍ଟର ନୀତିନ। ଆଜି ରିଲିଜ ହୋଇଯାଇଛି ଫିଲ୍ମ । ଇତିମଧ୍ୟରେ ପ୍ରିୟାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି ।

ଯେଉଁଥିରେ ସେ ତଳେ ଖସି ପଡିବାର ନଜର ଆସୁଛନ୍ତି । ‘ଚେକ୍’ ଫିଲ୍ମର ଗୀତ ସୁଟିଂ କରୁଥିବା ସମୟର ଏହି ଭିଡିଓ । ଗୁରୁବାର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରି ସେ କ୍ୟାପସନରେ ଲେଖିଥିଲେ, ‘ଜୀବନର ଦୃଶ୍ୟ ପ୍ରତିନିଧିତ୍ବ ମତେ ସବୁବେଳେ ତଳକୁ ଟାଣେ, ଯେବେ ମୁଁ ଚେଷ୍ଟା କରେ ଏବଂ ବିଶ୍ବାସରେ ଡେଉଁବାକୁ ଚାହେଁ।’ ଦେଖନ୍ତୁ ଭିଡିଓ...

ଯଦି ଫିଲ୍ମ କଥା ହେବା ତାହାଲେ ଫିଲ୍ମରେ ନୀତିନ ଜଣେ କଏଦୀ ଭୂମିକାରେ ନଜର ଆସୁଛନ୍ତି । ଆଉ ଜେଲରେ ରହି ଭିଲେନଙ୍କ ସହ ଫାଇଟ୍ ମଧ୍ୟ କରୁଥିବାର ଦେଖାଯାଉଛନ୍ତି । ସେପଟେ ରକୁଲ ପ୍ରୀତ ସିଂ ଓକିଲ ହୋଇଥିବା ବେଳେ ନୀତିନଙ୍କ ଗାର୍ଲଫ୍ରେଣ୍ଡ ସାଜିଛନ୍ତି ପ୍ରିୟା । ଦମଦାର ଡାଇଲଗ ସହ ଜବରଦସ୍ତ ଆକ୍ସନ ସିନ ଫିଲ୍ମରେ ସାମିଲ କରିଛନ୍ତି ମେକର୍ସ ।

ABOUT THE AUTHOR

...view details