ଓଡିଶା

odisha

By

Published : Jun 19, 2020, 8:02 PM IST

ETV Bharat / sitara

‘ଛିଛୋରେ’ ସେଟରେ ସୁଶାନ୍ତଙ୍କ ମସ୍ତିଭରା ଆନ୍ଦାଜ, ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ଘୁରିବୁଲୁଛି ସୁଶାନ୍ତଙ୍କ ସବୁ ପୁରୁଣା ଭିଡିଓ । ଏଥର ‘ଛିଛୋରେ’ ସେଟରୁ ଭାଇରାଲ ହେଉଛି ତାଙ୍କ ମେକଅପ ଭିଡିଓ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଫ୍ୟାନ୍ସଙ୍କୁ କନ୍ଦାଇ ଚାଲିଯାଇଛନ୍ତି । ଗତ 14 ତାରିଖରେ ସେ ଆତ୍ମହତ୍ୟା କରିଥିଲେ । ଯାହାକୁ ନେଇ ଏଯାବତ ଦୁଃଖି ତାଙ୍କ ଫ୍ୟାନ୍ସ । ତାଙ୍କ ସ୍ମୃତିକୁ ମନେ ପକାଇ ସୋସିଆଲ ମିଡିଆରେ ତାଙ୍କ ପୁରୁଣା ଫଟୋ, ଭିଡିଓ ସେୟାର କରିବାରେ ଲାଗିଛନ୍ତି ସମସ୍ତେ । ଇତିମଧ୍ୟରେ ସୁଶାନ୍ତଙ୍କ ସୁପରହିଟ୍ ଫିଲ୍ମ ‘ଛିଛୋରେ’ ସେଟରୁ ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ମସ୍ତି କରୁଥିବାର ନଜର ଆସୁଛନ୍ତି ।

ଭିଡିଓଟି ତାଙ୍କ ମେକଅପ ସମୟର । ଯେଉଁଥିରେ ସୁଶାନ୍ତ ଚେୟାରରେ ବସିଥିବାର ନଜର ଆସୁଛନ୍ତି । ଆଉ ତାଙ୍କ ବ୍ୟାକଗ୍ରାଉଣ୍ଡରେ ବାଜୁଥିବା ମ୍ୟୁଜିକରେ ସେ ଲିପସିଙ୍ଗ କରୁଛନ୍ତି । ସେହିପରି ତାଙ୍କର ମେକଅପ କରୁଥିବାର ନଜର ଆସୁଛନ୍ତି ମେକଅପମ୍ୟାନ ।

ବ୍ୟାକଗ୍ରାଉଣ୍ଡରେ ଲୋକପ୍ରିୟ ଅଭିନେତା ଦେବ ଆନନ୍ଦଙ୍କ ଫିଲ୍ମର ଗୀତ ‘ପଲ ଭର କେ ଲିଏ କୋଇ ହମେ ପ୍ୟାର କର ଲେ, ଝୁଠା ହି ସହି’ ଶୁଣିବାକୁ ମିଳୁଛି । ଭିଡିଓଟିକୁ ଫ୍ୟାନପେଜ ବୀରଲ ଭୟାନୀଙ୍କ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି ।

ABOUT THE AUTHOR

...view details