ଓଡିଶା

odisha

By

Published : Dec 22, 2020, 3:28 PM IST

ETV Bharat / sitara

ଶ୍ରାଦ୍ଧବାର୍ଷିକୀରେ ମା'ଙ୍କୁ ମନେ ପକାଇଲେ ବିଗ ବି

ଭାଇରାଲ ହେଲା ଅମିତାଭଙ୍କ ବହୁ ପୁରୁଣା ଫଟୋ । ଫଟୋ ପୋଷ୍ଟ କରି ମା'ଙ୍କ ପାଇଁ ଲେଖିଲେ ଏମିତି କିଛି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି । ଫ୍ୟାନ୍ସଙ୍କ ସହ ନିଜକୁ ଯୋଡି ରଖିବା ପାଇଁ ସେ ପ୍ରାୟତଃ କିଛି ନା କିଛି ପୋଷ୍ଟ କରନ୍ତି । ଆଉ କେବେ କେବେ ନିଜ ପିତା-ମାତାଙ୍କ ସହ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରି ପୁରୁଣା ସ୍ମୃତିକୁ ସତେଜ କରିଦିଅନ୍ତି । ଏଥର ମଧ୍ୟ ଏମିତି ଦେଖିବାକୁ ମିଳୁଛି । ହେଲେ ବର୍ତ୍ତମାନ ସେ ଭାବୁକ ହୋଇପଡିଛନ୍ତି । ତେବେ ଆସନ୍ତୁ ଜାଣିବା ପୁରା ମାମଲା...

କଥାଟି ହେଲା ଯେ ଡିସେମ୍ବର 21ରେ ଅମିତାଭଙ୍କ ମା' ତେଜି ବଚ୍ଚନଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ୍ତି । ଆଉ ଏହି ଦିନରେ ମା'ଙ୍କୁ ମନେ ପକାଇ ଭାବବିହ୍ବଳ ପୋଷ୍ଟ କରିଥିଲେ ଅମିତାଭ ।

ସେ ସୋମବାର ଇନଷ୍ଟାଗ୍ରାମରେ ମା' ଓ ସାନ ଭାଇ ସହ ଏକ ଥ୍ରୋବ୍ୟାକ ଫଟୋ ପୋଷ୍ଟର କରି କ୍ୟାପସନରେ ଲେଖିଥିଲେ, ‘ତାହା ବହୁତ ଖାସ୍ ଦିନ ଥିଲା ଯେବେ ଆପଣଙ୍କୁ କେବଳ ଫଟୋ ଉଠାଇବାର ଥିଲା । ମା' ସାନ ଭାଇ ଆଉ ମୁଁ । ଯେତେବେଳେ ଆପଣ ନିଜର ପ୍ରଥମ ସଟ ଦେଖାଇବାକୁ ଚାହୁଁଥିଲେ ।’

ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ମଲ୍ଟି ଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’, ‘ଚେହରେ’, ‘ଝୁଣ୍ଡ’ ଓ ‘ମେଡେ’ରେ ନଜର ଆସିବେ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ ।

ABOUT THE AUTHOR

...view details