ଓଡିଶା

odisha

By

Published : Nov 6, 2020, 2:25 PM IST

ETV Bharat / sitara

‘ଲାଲ ସିଂ ଚଡ୍ଡା’ ପରେ ‘ମୁଗଲ’ର ସୁଟିଂ ଆରମ୍ଭ କରିବେ ଆମୀର

ପରଦାରେ ଖୁବଶୀଘ୍ର ଦେଖିବାକୁ ମିଳିବ ଗୁଲସନ କୁମାରଙ୍କ ଜୀବନ କାହାଣୀ । ଘୋଷଣା ହେଲା ତାଙ୍କ ବାୟୋପିକ ‘ମୁଗଲ’ । ମୁଖ୍ୟ ଭୂମିକାରେ ଆମୀର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆମୀର ଖାନ

ମୁମ୍ବାଇ: ଗୁଲସନ କୁମାରଙ୍କ ବାୟୋପିକକୁ ନେଇ ଥିବା ଅନେକ ପ୍ରଶ୍ନ ଯେଉଁଥି ପାଇଁ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଗତ ଦୁଇ ବର୍ଷ ଧରି ଉତ୍ତରକୁ ଅପେକ୍ଷା କରିଛି, ଲାଗୁଛି ଯେ ଏହାର ଉତ୍ତର ଏବେ ସମସ୍ତେ ପାଇଛନ୍ତି। କାରଣ ଟି-ସିରିଜ ପ୍ରତିଷ୍ଠାତା ଗୁଲସନ କୁମାରଙ୍କ ବାୟୋପିକ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଯେଉଁଥିରେ ନଜର ଆସିବେ ବି-ଟାଉନର ମିଷ୍ଟର ପରଫେକ୍ସନିଷ୍ଟ ଆମୀର ଖାନ। ଗୁଲସନ କୁମାରଙ୍କ ପୁଅ ଭୂଷଣ କୁମାର ଘୋଷଣା କରିଛନ୍ତି ଯେ ‘ଲାଲ ସିଂ ଚଡ୍ଡା’ ପରେ ଆମୀର ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ।

ଗୁଲସନ କୁମାରଙ୍କୁ ଭାରତୀୟ ମ୍ୟୁଜିକ ଇଣ୍ଡଷ୍ଟ୍ରିର ମୁଗଲ ନାମରେ ମଧ୍ୟ ଜଣାଯାଉଥିଲା । ତାଙ୍କ ବାୟୋପିକ ‘ମୁଗଲ’କୁ ନେଇ ଏହି ନୂଆ ସୂଚନା ପାଖାପାଖି ଗୋଟିଏ ବର୍ଷ ପରେ ସାମ୍ନାକୁ ଆସିଛି ।

ଯଦି ଆମୀରଙ୍କ ‘ଲାଲ ସିଂ ଚଡ୍ଡା’ ବିଷୟରେ କଥା ହେବା ତେବେ ଏହି ଫିଲ୍ମ ହଲିଉଡର ସୁପରହିଟ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ହିନ୍ଦୀ ରିମେକ । ତାଙ୍କ ସହ ଫିଲ୍ମରେ ନଜର ଆସିବେ କରୀନା କପୁର ଖାନ । ନିକଟରେ ସେ ଫିଲ୍ମର ସୁଟିଂ ଶେଷ କରିଥିଲେ । ଯାହାର ସୂଚନା ସେ ସୋସିଆଲ ମିଡିଆରେ ଦେଇଥିଲେ ।

ABOUT THE AUTHOR

...view details