ମୁମ୍ବାଇ: ବିହାର ଯିବା ପୂର୍ବରୁ ପାଟନା (ସେଣ୍ଟ୍ରାଲ) ଏସପି ବିନୟ ତିୱାରୀ କହିଛନ୍ତି ଯେ, ମୋତେ ନୁହେଁ ସୁଶାନ୍ତଙ୍କ ମାମଲାର ତଦନ୍ତ ପ୍ରକ୍ରିୟାକୁ କ୍ବାରେଣ୍ଟାଇନ କରାଯାଇଥିଲା ।
ବ୍ରିହ୍ମାନମୁମ୍ବାଇ ମେଟ୍ରୋପଲିଟିଲିଆନ (ବିଏମସି) ବିନୟ ତିୱାରୀଙ୍କୁ 6 ଦିନ କ୍ବାରେଣ୍ଟାଇନ କରିବା ପରେ କୋରୋନା ପ୍ରୋଟୋକଲ ଅନୁଯାୟୀ ଶନିବାର 8 ଅଗଷ୍ଟ ପୂର୍ବରୁ ମୁମ୍ବାଇ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ । ମୁମ୍ବାଇ ଛାଡିବା ପୂର୍ବରୁ ତିୱାରୀ ଗଣମାଧ୍ୟମରେ ବୟାନ ଦେଇଛନ୍ତି ।
‘ମହାରାଷ୍ଟ୍ର ସରକାର ମତେ ନୁହେଁ, ସୁଶାନ୍ତଙ୍କ ମାମଲାର ତଦନ୍ତ ପ୍ରକ୍ରିୟାକୁ କ୍ବାରେଣ୍ଟାଇନ କରିଛନ୍ତି । କୌଣସି ବିଏମସି ଅଧିକାରୀ ତାଙ୍କୁ ବ୍ୟକ୍ତିଗତ ଭାବେ ଅବଗତ କରାଇ ନାହାଁନ୍ତି ଯେ ସେ କ୍ବାରେଣ୍ଟାଇନରୁ ମୁକ୍ତ ହୋଇ ଯାଇପାରିବେ । ବିଏମସି ମୋତେ କେବଳ ଏକ ବାର୍ତ୍ତା ପଠାଇଛି ଏବଂ ମୁଁ ସେହି ଅନୁସାରେ ପାଟନା ଯାଉଛି ।’