ଓଡିଶା

odisha

By

Published : Apr 6, 2021, 3:23 PM IST

ETV Bharat / sitara

କୋରୋନାରେ ଆକ୍ରାନ୍ତ ଗାୟକ ଅଭିଜିତ ସାୱନ୍ତ

ବଢିଚାଲିଛି କୋରୋନା ପ୍ରକୋପ । ଏବେ ଅଭିଜିତଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ଅଧିକ ପଢନ୍ତୁ...

କୋରୋନା ଆକ୍ରାନ୍ତ ଗାୟକ ଅଭିଜୀତ ସାୱନ୍ତ
କୋରୋନା ଆକ୍ରାନ୍ତ ଗାୟକ ଅଭିଜୀତ ସାୱନ୍ତ

ମୁମ୍ବାଇ: ବର୍ତ୍ତମାନ ଆଉ ଜଣେ ସେଲିବ୍ରିଟିଙ୍କ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିଛି । ଏଥର ଏହି ସଂକ୍ରମଣରୁ ନିଜକୁ ସୁରକ୍ଷିତ କରିପାରିନାହାଁନ୍ତି ଇଣ୍ଡିଆନ ଆଇଡଲ ସିଜନ 1ର ବିଜେତା ତଥା ଗାୟକ ଅଭିଜିତ ସାୱନ୍ତ । ଏହାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେବା ସହ ସୁରକ୍ଷିତ ରହିବାକୁ ଅପିଲ ମଧ୍ୟ କରିଛନ୍ତି ।

ସେହିପରି ସେ ଟ୍ବିଟରରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ କୋରୋନା ସଂକ୍ରମିତ ବାହାରିଛି । ଦୟା କରି ସୁରକ୍ଷିତ ରହିବା ପାଇଁ ସବୁ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରନ୍ତୁ । ମାସ୍କ ପିନ୍ଧିବାକୁ ଆଦୌ ଭୁଲନ୍ତୁ ନାହିଁ ।’

ଖାଲି ଏତିକି ନୁହେଁ, ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭିଡିଓ ସେୟାର କରି ମଜାଦାର ଅନ୍ଦାଜରେ କହିଛନ୍ତି ଯେ କୋରୋନା ଭାଇରସ ଆଗାମୀ 14 ଦିନ ପାଇଁ ତାଙ୍କର ବନ୍ଧୁ । ଯାହାଙ୍କ ସହ ତାଙ୍କୁ କିଛି ଦିନ ରହିବାକୁ ପଡିବ ।

ଅଭିଜିତଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ଏହି ମହାମାରୀର ଶିକାର ହୋଇସାରିଲେଣି । ରଣବୀର କପୁରଙ୍କ ଠୁ ନେଇ ଆମୀର ଖାନ ଆଉ ଏବେ ଅକ୍ଷୟ କୁମାର ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି ।

ABOUT THE AUTHOR

...view details