ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଏନସିବି କ୍ରମାଗତ ଭାବେ ଯାଞ୍ଚ କରିଆସୁଛନ୍ତି । ଯାଞ୍ଚର 11 ଦିନରେ ପହଞ୍ଚିଥିବା ସିବିଆଇ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ସମେତ ଅନେକ ଲୋକଙ୍କୁ ପଚରାଉଚରା ଜାରି ରଖିଛି । ଏହି କ୍ରମରେ ସାମିଲ ଅଛନ୍ତି ସୁଶାନ୍ତଙ୍କ ଏକ୍ସ ବିଜନେସ ମ୍ୟାନେଜର ସୃତି ମୋଦି, ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ଫ୍ଲାଟମେଟ, ବନ୍ଧୁ ସିଦ୍ଧାର୍ଥ ପିଠାନୀ ଓ ନିକଟରେ ଡ୍ରଗ ଡିଲର ତାଲିକାରେ ନାମ ଆସିଥିବା ଗୋଆର ଜଣେ ବିଜନେସମ୍ୟାନ ତଥା ରିଆଙ୍କ ବନ୍ଧୁ ଗୌରବ ଆର୍ଯ୍ୟା । ଇତିମଧ୍ୟରେ ରିଆଙ୍କୁ ନେଇ ବଡ ଖୁଲାସା କରିଛନ୍ତି ସୃତି ।
ସିବିଆଇକୁ ଦେଇଥିବା ବୟାନରେ ସୃତି କହିଛନ୍ତି ଯେ ସୁଶାନ୍ତଙ୍କ ଆର୍ଥିକ କାରବାର ଓ ଆକାଉଣ୍ଟ ପରିଚାଳନ ରିଆ କରୁଥିଲେ । ଏହାସହ ସେ କହିଛନ୍ତି ଯେ ସୁଶାନ୍ତଙ୍କୁ ସେ କୌଣସି ଡ୍ରଗ ଦେଉନଥିଲେ । ସୁଶାନ୍ତଙ୍କ ଘରେ ତାଙ୍କ କାମ କେବଳ ଏତିକି ଥିଲା ଯେ ତାଙ୍କର ଆସୁଥିବା ପାର୍ସଲ ରଖିବା ଓ ତାଙ୍କୁ ହସ୍ତାନ୍ତର କରିବା । ଏହାବ୍ୟତୀତ ସେ ଡ୍ରଗ ବିଷୟରେ କିଛି ମଧ୍ୟ ଜାଣିନାହାଁନ୍ତି ।