ଓଡିଶା

odisha

By

Published : Sep 26, 2020, 8:31 PM IST

ETV Bharat / sitara

ଡ୍ରଗ୍ସ ଲିଙ୍କ: ଦୀପିକାଙ୍କ ପରେ ଶ୍ରଦ୍ଧା-ସାରାଙ୍କ ଜେରା ଶେଷ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ୍ସ ମାମଲାର ତଦନ୍ତରେ ଦୀପିକା ପାଦୁକୋନଙ୍କ ପରେ ଶ୍ରଦ୍ଧା କପୁର ଏବଂ ସାରା ଅଲୀ ଖାନ ମଧ୍ୟ ଏନସିବି କାର୍ଯ୍ୟାଳୟରୁ ବାହାରିଛନ୍ତି । ଏହି ସମୟରେ ଦୀପିକା ପାଦୁକୋନଙ୍କୁ ମଧ୍ୟ ଏନସିବି ଦ୍ବାରା ପ୍ରାୟ 5ଘଣ୍ଟାରୁ ଅଧିକ ସମୟ ଧରି ପ୍ରଶ୍ନ କରାଯାଇଥିଲା । ଅଧିକ ପଢନ୍ତୁ...

shraddha-and-sara-leaves-from-ncb-office-in-mumbai
ଡ୍ରଗ୍ସ ଲିଙ୍କ:ଦୀପିକାଙ୍କ ପରେ ଶ୍ରଦ୍ଧା-ସାରାଙ୍କ ଜେରା ଶେଷ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ୍ସ ମାମଲାର ତଦନ୍ତରେ ଦୀପିକା ପାଦୁକୋନଙ୍କ ପରେ ଶ୍ରଦ୍ଧା କପୁର ଏବଂ ସାରା ଅଲୀ ଖାନ ମଧ୍ୟ ଏନସିବି କାର୍ଯ୍ୟାଳୟରୁ ବାହାରିଛନ୍ତି ।

ଏନସିବି ଦୀପିକାଙ୍କୁ ପ୍ରାୟ 5ଘଣ୍ଟାରୁ ଅଧିକ ସମୟ ଧରି ପ୍ରଶ୍ନ କରିଥିଲା । ସାରା ଅଲୀ ଖାନଙ୍କୁ ଏବଂ ଶ୍ରଦ୍ଧାଙ୍କୁ ପ୍ରାୟ ଚାରି ଘଣ୍ଟା ଧରି ଏନସିବି ପଚରାଉଚରା କରିଥିଲା ।

ଡ୍ରଗ୍ସ ଲିଙ୍କ:ଦୀପିକାଙ୍କ ପରେ ଶ୍ରଦ୍ଧା-ସାରାଙ୍କ ଜେରା ଶେଷ

ଶୁକ୍ରବାର ରକୁଲ ପ୍ରୀତ ସିଂଙ୍କୁ ମଧ୍ୟ ଏନସିବି ଦ୍ବାରା ଚାରି ଘଣ୍ଟା ଧରି ପଚରାଉଚରା କରାଯାଇଥିଲା ।

ଏଥିସହିତ, ଏନସିବି ଦୀପିକା ଏବଂ ସାରାଙ୍କୁ ପୁନର୍ବାର ପଚରାଉଚରା ପାଇଁ ଡକାଇପାରେ ।

ଆଜି ଏହି ମାମଲାରେ ଧର୍ମା ପ୍ରଡକ୍ସନ୍ସର କ୍ଷିତିଜ ରବିପ୍ରସାଦଙ୍କୁ ଏନସିବି ଗିରଫ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details