ଓଡିଶା

odisha

By

Published : Mar 27, 2022, 2:23 PM IST

ETV Bharat / sitara

ମୁହଁ ଖୋଲିଲେ ସେହନାଜ, ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ପାର୍ଟିରେ ନାଚି ହୋଇଥିଲେ ଟ୍ରୋଲ

ନୀରବତା ଭାଙ୍ଗିଲେ ଟେଲି ଅଭିନେତ୍ରୀ ସେହନାଜ ଗିଲ । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ପାର୍ଟିରେ ନାଚି ହୋଇଥିଲେ ଟ୍ରୋଲ । ଅଧିକ ପଢନ୍ତୁ

ମୁହଁ ଖୋଲିଲେ ସେହନାଜ, ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ପାର୍ଟିରେ ନାଚି ହୋଇଥିଲେ ଟ୍ରୋଲ
ମୁହଁ ଖୋଲିଲେ ସେହନାଜ, ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ପାର୍ଟିରେ ନାଚି ହୋଇଥିଲେ ଟ୍ରୋଲ

ମୁମ୍ବାଇ: ଟେଲିଭିଜନର ଲୋକପ୍ରିୟ କଳାକାର ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଥିଲେ ରୁମର ଗର୍ଲଫ୍ରେଣ୍ଡ ସେହନାଜ ଗିଲ । କିନ୍ତୁ ମୃତ୍ୟୁର କିଛି ମାସ ପରେ ସେ ଏକ ପାର୍ଟିରେ ନାଚି ନେଟିଜେନ୍ସଙ୍କ ଦ୍ବାରା ଟ୍ରୋଲର ଶିକାର ହୋଇଥିଲେ । ଏହି ଘଟଣା ଉପରେ ଶେଷରେ ନୀରବତା ଭାଙ୍ଗିଛନ୍ତି ସେହନାଜ । ସିଦ୍ଧାର୍ଥ ତାଙ୍କୁ ସର୍ବଦା ହସିବାକୁ କହୁଥିବାରୁ ସେ ଖୁସି ରହିବାକୁ ଚେଷ୍ଟା କରୁଛନ୍ତି । ଏହାସହ ସିଦ୍ଧାର୍ଥ ଓ ତାଙ୍କର ରିଲେସନସିପ ବିଷୟରେ ସେ କାହାରିକୁ କହିବେ ନାହିଁ ବୋଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ Shape Of You ଶୋ'ରେ କହିଛନ୍ତି ।

ଶିଳ୍ପାଙ୍କ ସହିତ ବାର୍ତ୍ତାଳାପ ସମୟରେ ସେହନାଜ କହିଛନ୍ତି ଯେ, ଯଦି ତାଙ୍କୁ ହସିବାକୁ ସୁଯୋଗ ମିଳୁଛି ତେବେ ସେ ହସିବେ ଏବଂ ଖୁସି ମଧ୍ୟ ରହିବେ । ଯଦି ସେ ଦିୱାଲି ପାଳନ କରୁଥିବାରୁ ଅନୁଭବ କରିପାରିବେ ତେବେ ଯାଇ ସେ ବାସ୍ତବରେ ଏହି ପର୍ବକୁ ସେଲିବ୍ରେଟ କରିପାରିବେ । କାରଣ ଜୀବନରେ ଖୁସି ରହିବା ନିହାତି ଆବଶ୍ୟକ । ସେ ମଧ୍ୟ ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଖୁସି ରହିବାକୁ ଉଦ୍ୟମ କରୁଛନ୍ତି । ଶିଳ୍ପା ତାଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଏସବୁ ଆଲୋଚନା କରୁଛନ୍ତି । ନଚେତ ସେ କେବେ ଏ ସମ୍ପର୍କରେ କହିନଥାନ୍ତେ ବୋଲି କହିଛନ୍ତି ଗିଲ୍‌ ।

ସେ ସିଦ୍ଧାର୍ଥଙ୍କ ରିଲେସନସିପକୁ ନେଇ କହିଛନ୍ତି ଯେ ସେ ସିଦ୍ଧାର୍ଥଙ୍କ ସହିତ ନିଜର ସମ୍ପର୍କକୁ ନେଇ କାହିଁକି ସଭିଙ୍କୁ କହିବେ । ସିଦ୍ଧାର୍ଥଙ୍କ ସହିତ ତାଙ୍କର କଣ ଘନିଷ୍ଠତା ରହିଥିଲା ବା ତାଙ୍କର କଣ ସମ୍ପର୍କ ରହିଥିଲା ଏହା କେବଳ ସେ ପରସ୍ପର ମଧ୍ୟରେ ରଖିବାକୁ ଚାହୁଁଛନ୍ତି । ସେ ସିଦ୍ଧାର୍ଥଙ୍କ ପାଇଁ କେତେ ଗୁରୁତ୍ବ ରଖୁଥିଲେ ଏବଂ ସିଦ୍ଧାର୍ଥ ତାଙ୍କ ପାଇଁ କଣ ସେ ଜାଣିଛନ୍ତି । ଏ ସମ୍ପର୍କରେ କାହାକୁ କିଛି କହିବାକୁ ଚାହୁଁନଥିବା କହିଛନ୍ତି ସେହନାଜ ।

ସିଦ୍ଧାର୍ଥ ସର୍ବଦା ତାଙ୍କୁ ଖୁସିରେ ଦେଖିବାକୁ ଚାହୁଁଥିଲେ । ସିଦ୍ଧାର୍ଥ କେବେ ତାଙ୍କୁ ନ ହସିବାକୁ କହୁନଥିଲେ । ଏଥିଲାଗି ସେ ସର୍ବଦା ଖୁସି ରହିବେ ବୋଲି କହିଛନ୍ତି । ତେବେ ସୂଚନା ଥାଉ କି ସିଦ୍ଧାର୍ଥ ଓ ସେହନାଜ ବିଗ ବସ-୧୩ ପରେ ଚର୍ଚ୍ଚାକୁ ଆସିଥିଲେ । ଏହି ଯୋଡ଼ିକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଥିବା ବେଳେ SidNaaz ବୋଲି ଉଭୟଙ୍କୁ ସମ୍ବୋଧନ କରୁଥିଲେ । ଉଭୟ କେବେ ହେଲେ ନିଜର ରିଲେସନସିପ ସମ୍ପର୍କରେ କହିନଥିଲେ ।

ଏହାପରେ ସିଦ୍ଧାର୍ଥ ଉକ୍ତ ସିଜିନ୍‌ର ୱିନର ହୋଇଥିବା ବେଳେ ଶୋ' ପରେ ମଧ୍ୟ ପରସ୍ପର ମଧ୍ୟରେ ଉତ୍ତମ ସମ୍ପର୍କ ରହିଥିଲା । ହେଲେ ଗତ ୨୦୧୨ ମସିହା ସେପ୍ଟେମ୍ବର ୨ ତାରିଖରେ ସିଦ୍ଧାର୍ଥଙ୍କ ମାତ୍ର ୪୦ ବର୍ଷ ବୟସରେ ହୃଦଘାତ ଯୋଗୁଁ ମୃତ୍ୟୁ ଘଟିଥିଲା । ଏହାପରେ ସେହନାଜଙ୍କ ବ୍ରେକଡାଉନ୍‌ର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିବା ବେଳେ ନେଟିଜେନ୍ସ ତାଙ୍କୁ ସମର୍ଥନ କରିଥିଲେ ଏବଂ ସେ କିଛି ମାସ ପାଇଁ ସୋସିଆଲ ମିଡ଼ିଆରୁ ଦୂରେଇ ରହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details