ଓଡିଶା

odisha

ଜେନେଲିଆଙ୍କ ହେୟାରଷ୍ଟାଇଲିଷ୍ଟ ସାଜିଲେ ରିତେଶ

By

Published : Mar 18, 2021, 4:13 PM IST

ନିକଟରେ ସ୍କେଟିଂ କରିବା ସମୟରେ ଜେନେଲିଆଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । ଯାହାଫଳରେ ତାଙ୍କର ହାତରେ ଆର୍ମ ସର୍ପୋଟର ଲାଗିଥିବାରୁ ରିତେଶ ତାଙ୍କ ପତ୍ନୀଙ୍କ କେଶ ବାନ୍ଧିବାରେ ସାହାଯ୍ୟ କରୁଛନ୍ତି । ଅଧିକ ପଢନ୍ତୁ...

riteish-deshmukh-turns-hairstylist-for-injured-wife-genelia
ଜେନେଲିଆଙ୍କ ହେୟାରଷ୍ଟାଇଲିଷ୍ଟ ସାଜିଲେ ରିତେଶ

ମୁମ୍ବାଇ: ଏବେ ଅଭିନେତା ରିତେଶ ଦେଶମୁଖ ତାଙ୍କ ପତ୍ନୀ ଜେନେଲିଆଙ୍କର ହେୟାରଷ୍ଟାଇଲିଷ୍ଟ ସାଜିଛନ୍ତି ।

ନିକଟରେ, ଜେନେଲିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରିତେଶ ଜେନେଲିଆଙ୍କ କେଶ ବାନ୍ଧୁଥିବାର ଦେଖିବାକୁ ମିଳିଛି ।

ଜେନେଲିଆ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, 'ମୁଁ ଏମିତି ଜଣକୁ ଚାହେଁ, ଯିଏ ମୋର ଖରାପ ସମୟରେ ମଧ୍ୟ ମୋତେ ଭଲପାଇବ' ।

ଜେନେଲିଆଙ୍କ ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ପୋଷ୍ଟକୁ କିଛି ଘଣ୍ଟା ମଧ୍ୟରେ 4 ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି ।

ପ୍ରକାଶ ଥାଉ ଯେ, ନିକଟରେ ସ୍କେଟିଂ କରିବା ସମୟରେ ଜେନେଲିଆଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । ଯାହାଫଳରେ ତାଙ୍କର ହାତରେ ଆର୍ମ ସର୍ପୋଟର ଲାଗିଛି ।

ABOUT THE AUTHOR

...view details