ଓଡିଶା

odisha

By

Published : Feb 3, 2021, 6:43 AM IST

ETV Bharat / sitara

ରିତେଶଙ୍କ ଘରେ ଧମାକାଦାର ପାର୍ଟି,ଦେଖନ୍ତୁ ଭିଡିଓ...

ରିତେଶ ଦେଶମୁଖ ଏବଂ ଜେନେଲିଆ ଉଭୟ ତାରକା ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ଦୁହେଁ ଓ୍ବିକେଣ୍ତରେ ନିଜ ଘରେ ଏକ ପାର୍ଟୀ ଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ : ବଲିଉଡ ଇଣ୍ଡଷ୍ଟ୍ରିର ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅଭିନେତା ରିତେଶ ଦେଶମୁଖ ଏବଂ ଅଭିନେତ୍ରୀ ଜେନେଲିଆ ଡିସୁଜା ଅନ୍ୟତମ । ଉଭୟ ତାରକା ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ଦୁହେଁ ପ୍ରାୟତଃ ସେମାନଙ୍କର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।

ଦୁହେଁ ଓ୍ବିକେଣ୍ତରେ ନିଜ ଘରେ ଏକ ପାର୍ଟି ଦେଇଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓଗୁଡିକରେ, ରିତେଶ ଏବଂ ଜେନେଲିଆ ନିଜ ସାଙ୍ଗମାନଙ୍କ ସହିତ ମଜାମସ୍ତି କରୁଥିବାର ନଜର ଆସିଛନ୍ତି ।

ଜେନେଲିଆ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦୁଇଟି ଭିଡିଓ ସେୟାର କରିଛନ୍ତି।

ଏହି ଭିଡିଓଗୁଡିକରେ ଜେନେଲିଆ ରିତେଶ, ଆଶିଷ ଚୌଧୁରୀ, ଶମିତା, ଶାବୀର ଏବଂ କାଞ୍ଚିଙ୍କ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି।

ଜେନେଲିଆଙ୍କ ଘରେ ଆୟୋଜିତ ଏହି ପାର୍ଟୀରେ ଫେମସ ଗୀତ 'ଝିଙ୍ଗାଟ'ରେ ସମସ୍ତେ ଜୋରସୋରରେ ନାଚୁଥିବାର ଦେଖିବାକୁ ମିଳିଛି।

ଭିଡିଓରେ, ଆପଣ ଦେଖିପାରିବେ ଯେ ନାଚିବାବେଳେ ଜେନେଲିଆ ନିଜର ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ । ତାଙ୍କ ସହ ନାଚୁଥିବା ଆଶିଷ ମଧ୍ୟ ପଡ଼ିଯାଇଛନ୍ତି।

ପ୍ରକାଶ ଥାଉ ଯେ, ଜେନେଲିଆ ଏବଂ ରିତେଶ 10 ବର୍ଷ ପରସ୍ପରକୁ ଡେଟ କରିବା ପରେ 2012 ରେ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି ।

ABOUT THE AUTHOR

...view details