ଓଡିଶା

odisha

By

Published : Apr 27, 2020, 7:23 AM IST

ETV Bharat / sitara

ଲକଡାଉନ ଡାଏରୀ : ଏକ ମଜେଦାର ଟିକଟକ ଭିଡିଓ ସେୟାର କଲେ ରବୀନା

ଶନିବାର ରାତିରେ ରବୀନା ଟଣ୍ଡନ ଏକ ଫନି ଟିକଟକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ମାଧ୍ୟମରେ ରବୀନାଙ୍କ ଲକଡାଉନ ଦିନଗୁଡିକ କିପରି କଟୁଛି ସେ ବିଷୟରେ କହିଛନ୍ତି । ଅଧିକ ପଢନ୍ତୁ...

raveena shared a goofy video on social media on saturday night
ଲକଡାଉନ ଡାଏରୀ : ଏକ ମଜେଦାର ଟିକଟକ ଭିଡିଓ ସେୟାର କଲେ ରବୀନା

ମୁମ୍ବାଇ: କୋରୋନାଭାଇରସ ଯୋଗୁଁ ସମଗ୍ର ଦେଶରେ ଲକଡାଉନ ପଡିଛି । ଏହି ସମୟରେ ସମସ୍ତ ସେଲିବ୍ରିଟି ଘରେ ରହି କିଛି ନା କିଛି କାମ କରି ସମୟ ବିତାଉଛନ୍ତି । ଏହି ସମୟରେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ସୋସିଆଲ ମିଡିଆରେ ପ୍ରତିଦିନ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କ କାର୍ଯ୍ୟ ବିଷୟରେ ଅପଡେଟ ଦେଇଥାନ୍ତି ।

ଲକଡାଉନ ଡାଏରୀ : ଏକ ମଜେଦାର ଟିକଟକ ଭିଡିଓ ସେୟାର କଲେ ରବୀନା

ନିକଟରେ ରବୀନା ଇନଷ୍ଟାଗ୍ରାମରେ ଏକ ଫନି ଟିକଟକ ଭିଡିଓ ସେୟାର କରିଛନ୍ତି । ଯାହା ବହୁତ ମଜାଦାର ଅଟେ । ଏହି ଭିଡିଓରେ ରବୀନା ପନିପରିବା ଗୁଡିକୁ ସଫା କରୁଛନ୍ତି, ବିଛଣା ଉପରେ ଡେଉଁଛନ୍ତି, ଏବଂ ମେକଅପ ଲଗାଉଥିବାର ଦେଖିବାକୁ ମିଳିଛି । ଏଥିସହିତ ଏହି ଭିଡିଓରେ ଏକ ଗୀତ ମଧ୍ୟ ଶୁଣାଯାଉଛି ।

ଏହି ଭିଡିଓର କ୍ୟାପସନରେ ରବୀନା ଲେଖିଛନ୍ତି ଯେ, ଅବ ସଟର ଡେ ନାଇଟ ଫନ, #ଟିକଟକ । କୋରୋନାଭାଇରସ କାରଣରୁ ଦେଶରେ ମେ 3 ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି ହୋଇଛି । ଏଭଳି ପରିସ୍ଥିତିରେ ଲୋକମାନେ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ଏହାସହ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଘରେ ଅଛନ୍ତି, ଏହାସହ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ନୂଆ ଭିଡିଓ ଅପଲୋଡ କରୁଛନ୍ତି ।

ନିକଟରେ ରବୀନା ଟଣ୍ଡନ ଫିଲ୍ମ 'କେଜିଏଫ ୨'ରେ ଅଭିନୟ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ରବୀନାଙ୍କ ସହ ଅଭିନେତା ସଞ୍ଜୟ ଦତ୍ତ ମଧ୍ୟ ନଜର ଆସିବେ । ରବୀନାଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ ଲକଡାଉନ ହେତୁ ଆଜିକାଲି ପ୍ରେକ୍ଷାଳୟରେ କୈାଣସି ଫିଲ୍ମ ରିଲିଜ ହେଉନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details