ଓଡିଶା

odisha

By

Published : Jun 13, 2020, 1:48 PM IST

ETV Bharat / sitara

ସଲମାନଙ୍କ ସହ ପ୍ରଥମ ସାକ୍ଷାତକୁ ମନେ ପକାଇଲେ ରବୀନା

ସୋସିଆଲ ମିଡିଆ ଲାଇଭ ଚାର୍ଟରେ ଫ୍ୟାନ୍ସଙ୍କୁ ଅନେକ କାହାଣୀ ଶୁଣାଇଲେ ରବୀନା । ଆଉ ସଲମାନଙ୍କ ସହ ଡେବ୍ୟୁ ଫିଲ୍ମ କରିବା କଥା ମଧ୍ୟ ସେୟାର କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଫେମସ ଅଭିନେତ୍ରୀ ରବୀନା ଟଣ୍ଡନ ଏବେ ଫିଲ୍ମଠୁ ଦୂରରେ ଅଛନ୍ତି । ହେଲେ ସେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରହିବା ସହ ସାମାଜିକ, ରାଜନୈତିକ ପ୍ରସଙ୍ଗରେ ନିଜର ମତ ରଖିବାରେ କେବେ ଭୁଲନ୍ତି ନାହିଁ । ନିକଟରେ ସୋସିଆଲ ମିଡିଆରେ କରିଥିବା ଲାଇଭ ଚାର୍ଟରେ ସେ ନିଜ ଲାଇଫ ବିଷୟରେ ଫ୍ୟାନ୍ସଙ୍କ ସହ ଅନେକ କଥା ସେୟାର କରିଥିଲେ । ଏହି କଥାବାର୍ତ୍ତାରେ ସେ ନିଜର ଡେବ୍ୟୁ ଫିଲ୍ମ ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ଉପରେ ଏକ ମଜାଦାର କଥା ମଧ୍ୟ କହିଥିଲେ ।

ସେ 1991ରେ ଆସିଥିବା ଫିଲ୍ମ ‘ପଥର କେ ଫୁଲ’ରେ ସଲମାନଙ୍କ ସହ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ବିଷୟରେ ଆଲୋଚନା କରି ସେ ଜଣାଇଥିଲେ ଯେ ସଲମାନଙ୍କ ସହ ତାଙ୍କ ସାକ୍ଷାତ ସ୍ମରଣୀୟ ଥିଲା । ତାଙ୍କୁ ଜଣାନଥିଲା ଯେ ସଲମାନଙ୍କ ହିରୋଇନ ରୂପେ ସେ କାଷ୍ଟ ହୋଇଛନ୍ତି ।

ଏକଦା ସେ ବାନ୍ଦ୍ରାର ଏକ ଷ୍ଟୁ଼ଡିଓରେ ଫ୍ରେଣ୍ଡ ବଣ୍ଟିଙ୍କ ସହ ଥିଲେ । ଯିଏ ଜଣେ ଫିଲ୍ମ ନିର୍ମାତା । ଆଉ ସେ ତାଙ୍କୁ କହିଥିଲେ ବାହାରକୁ ଯାଇ ସଲମାନଙ୍କ ସହ ସାକ୍ଷାତ କର। ସେହି ସମୟରେ ସଲମାନ ଜିପି ସିପ୍ପିଙ୍କ ଆଗାମୀ ଫିଲ୍ମ ପାଇଁ ହିରୋଇନ ଖୋଜୁଥିଲେ । ଫିଲ୍ମର ନାମ ଥିଲା ‘ପଥର କା ଫୁଲ’ । ସେ ସଲମାନଙ୍କ ସହ ସାକ୍ଷାତ କରିବା ପରେ ତାଙ୍କୁ ଏହି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା ।

ABOUT THE AUTHOR

...view details