ଓଡିଶା

odisha

By

Published : Mar 15, 2021, 3:08 PM IST

ETV Bharat / sitara

ଇରଫାନଙ୍କୁ ମନେ ପକାଇଲେ ରାଧିକା

ସୋସିଆଲ ମିଡିଆରେ ‘ଅଙ୍ଗ୍ରେଜୀ ମିଡିୟମ’ ଫିଲ୍ମର ଏକ ଭିଡିଓ ସେୟାର କରି ଇରଫାନଙ୍କ ସହ କାମ କରିବା ଅନୁଭୂତି ସେୟାର କରିଛନ୍ତି ରାଧିକା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଧିକା ମଦାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରାଧିକା ମଦାନ

ମୁମ୍ବାଇ: ସବୁବେଳେ ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କୁ ସୋସିଆଲ ମିଡିଆରେ ମନେ ପକାନ୍ତି ପୁଅ ବାବିଲ ଖାନ । ହେଲେ ଏଥର ତାଙ୍କୁ ମିସ୍ କରୁଥିବାର ନଜର ଆସୁଛନ୍ତି ତାଙ୍କ ଅଫସ୍କ୍ରିନ ଝିଅ ରାଧିକା ମଦାନ । ଯିଏ ତାଙ୍କ ସହ ଫିଲ୍ମ ‘ଅଙ୍ଗ୍ରେଜୀ ମିଡିୟମ’ରେ ଅଭିନୟ କରିଥିଲେ । କାରଣ ନିକଟରେ ଫିଲ୍ମ ରିଲିଜକୁ ଏକ ବର୍ଷ ପୂରଣ ହୋଇଥିଲା । ଏହି ଅବସରରେ ସୋସିଆଲ ମିଡିଆରେ ଇରଫାନଙ୍କ ସହ କାମ କରିବା ଅନୁଭୂତି ଏବଂ ତାଙ୍କଠୁ ଶିଖିଥିବା ଜିନିଷ ବିଷୟରେ ଆଲୋଚନା କରିଥିଲେ ରାଧିକା ।

ଆଉ ଇନଷ୍ଟାଗ୍ରାମ ପୋଷ୍ଟରେ ‘ଅଙ୍ଗ୍ରେଜୀ ମିଡିୟମ’ର ଏକ ଭିଡିଓ କ୍ଲିପ ପୋଷ୍ଟ କରି ଲେଖିଥିଲେ, ‘ଏକ ବର୍ଷରେ ଏହି ଫିଲ୍ମ । ଯାହା ମୋ ଜୀବନକୁ ବଦଳାଇ ଦେଇଛି । ଆମେ ଫିଲ୍ମରେ ଏକ ଗୁରୁତ୍ବପୂର୍ଣ୍ଣ ସିନର ସୁଟିଂ କରିବାକୁ ଯାଉଥିଲୁ । ମୁଁ ଏହା ବିଷୟରେ ବହୁତ ନର୍ଭସ ଥିଲି ଏବଂ ମୁଁ କେବଳ ସ୍କ୍ରିପ୍ଟ ଧରି ସେଟରେ ବୁଲୁଥିଲି। ମୁଁ ଦେଖିଲି ଜଣେ ଲମ୍ବା ବ୍ୟକ୍ତି ସମାନ କାର୍ଯ୍ୟ କରୁଛନ୍ତି ଏବଂ ଭାବିଲି ସେହି ସମାନ କାର୍ଯ୍ୟ କରୁଥିବା ବ୍ୟକ୍ତି କିଏ? ତାପରେ, ଯେତେବେଳେ ମୁଁ ନିକଟକୁ ଯାଇ ଦେଖିଲି ଜାଣିଲି ସେ ଇରଫାନ ସାର୍ । ଆଉ ଅନୁତାପ କରିଲେ ଯିଏ ସବୁବେଳେ ବେଷ୍ଟ ଫିଲ୍ମ କରନ୍ତି ସେ ମଧ୍ୟ ଏବେ ଅଭିନୟର ଛାତ୍ର ଅଛନ୍ତି । ଆଉ ସିନ ପୂର୍ବରୁ ନର୍ଭସ ମଧ୍ୟ । ସେ ତଥାପି ରିହର୍ସଲ୍ କରୁଛନ୍ତି । ତାଙ୍କୁ ଏପରି ଦେଖି ମୋ ଜୀବନରେ ବଡ ଶିକ୍ଷା ପାଇଥିଲି । ତାଙ୍କ ସହ ଏହି ସ୍ମୃତି ମୋ ହୃଦୟରେ ସବୁବେଳେ ରହିବ ।’

ପ୍ରକାଶ ଥାଉକି ଗତ ବର୍ଷ ମାର୍ଚ୍ଚ 20ରେ ରିଲିଜ ହୋଇଥିଲା ‘ଅଙ୍ଗ୍ରେଜୀ ମିଡିୟମ’ । ଇରଫାନ ଓ ରାଧିକାଙ୍କ ବ୍ୟତୀତ ଫିଲ୍ମରେ ନଜର ଆସିଥିଲେ କରୀନା କପୁର ଖାନ । ଏହା ଇରଫାନଙ୍କ ଶେଷ ଫିଲ୍ମ ମଧ୍ୟ ଥିଲା ।

ABOUT THE AUTHOR

...view details