ଓଡିଶା

odisha

By

Published : Jun 18, 2020, 5:32 PM IST

ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣି ଶୋଇପାରୁ ନାହାଁନ୍ତି ସାୟରା

ଏକ ସାକ୍ଷାତକାରରେ ସୁଶାନ୍ତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ସାୟରା ବାନୋ । ନିଜ ମନ କଥା ବଖାଣିଲେ ସେ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ବଲିଉଡଠୁ ପୁରା ଦେଶରେ ଶୋକର ଛାୟା । ଅନେକ ସେଲିବ୍ରିଟି ତାଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିସାରିଲେଣି । ଆଉ ଏବେ ଲୋକପ୍ରିୟ ଅଭିନେତ୍ରୀ ସାୟରା ବାନୋ ମଧ୍ୟ ଦୁଃଖ ବ୍ୟକ୍ତ କରିଛନ୍ତି ।

ସେ ଏକ ସାକ୍ଷାତକାରରେ ଜଣାଇଛନ୍ତି ଯେ ଯେବେଠୁ ସେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଶୁଣିଛନ୍ତି, ସେହି ସମୟରୁ ସେ ଶାନ୍ତିରେ ଶୋଇ ପାରୁନାହାଁନ୍ତି । ସୁଶାନ୍ତଙ୍କ ବିଷୟରେ କଥା ହେବାକୁ ସେ ଚାହୁଁନାହାଁନ୍ତି । ତାଙ୍କ କଥା ବାରମ୍ବାର ଶୁଣି ମନ ଦୁଃଖ ହୋଇଯାଉଛି । କିଛି ବୁଝାପଡୁନାହିଁ । ଜଣେ ଏତେ ୟଙ୍ଗ ପ୍ରୋମିସିଂ ବୟ ଯିଏ ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ । ତାଙ୍କ ଭିତରେ କେତେ ଯନ୍ତ୍ରଣା ଥିବ । ଯାହା ପାଇଁ ସେ ନିଜ ଜୀବନ ହାରିଦେଲେ ।

ସେ ନିହାତି ଡିପ୍ରେସନରେ ଥିବେ । କେତେ ଥର ତାଙ୍କ ହୃଦୟ ଭାଙ୍ଗିଥିବ । ବଲିଉଡର ବର୍ତ୍ତମାନ ଖରାପ ସମୟ ଚାଲିଛି । ଭଗବାନ ସମସ୍ତଙ୍କୁ ଶାନ୍ତି ଦିଅନ୍ତୁ । 2020 ବର୍ଷ ଭଳି ସେ ଜୀବନରେ କୌଣସି ବର୍ଷ ଦେଖିନାହାଁନ୍ତି । ଭଗବାନ ସମସ୍ତଙ୍କୁ ବଞ୍ଚାନ୍ତୁ ବୋଲି କହିଛନ୍ତି ସାୟରା ।

For All Latest Updates

TAGGED:

ABOUT THE AUTHOR

...view details