ଓଡିଶା

odisha

By

Published : Mar 26, 2021, 9:35 AM IST

ETV Bharat / sitara

ରଣବୀରଙ୍କ ସହ ରୋମାନ୍ସ ନୁହେଁ ଖେଳିବାକୁ ଭଲ ପାଆନ୍ତି ଦୀପିକା !

ଭାଇରାଲ ହେଲା ଦୀପିରା ଓ ରଣବୀରଙ୍କ ନୂଆ ଭିଡିଓ । ଛୋଟ ପିଲାଙ୍କ ଭଳି Ring-a-Ring-a-Roses ଖେଳିଲେ ଏହି ଯୋଡି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଗୁରୁବାର ବି-ଟାଉନର ପଦ୍ମବତୀ ଦୀପିକା ପାଦୁକୋନ ଏକ ଭିଡିଓ ସେୟାର କରି ସମସ୍ତଙ୍କୁ ଚକତି କରିଦେଇଛନ୍ତି । ଯେଉଁଥିରେ ସେ ସ୍ବାମୀ, ଅଭିନେତା ରଣବୀର ସିଂଙ୍କ ସହ ରୋମାନ୍ସ କରିବା ସମୟରେ ମସ୍ତି କରିବାକୁ ଆରମ୍ଭ କରିଦେଉଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ବର୍ତ୍ତମାନ ଭାଇରାଲ ହେଉଛି ତାଙ୍କ ଏହି ଭିଡିଓ ।

କଥାଟି ହେଲା ଯେ ଭାଇରାଲ ହେଉଥିବା ଭିଡିଓରେ ମଜାଦାର ଅନ୍ଦାଜରେ ଦୀପିକା ପ୍ରଥମେ ରଣବୀରଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି, ଆଉ ହଠାତ୍ ଏହି ଯୋଡି Ring-a-Ring-a-Roses ଖେଳୁଥିବାର ଦେଖାଯାଉଛନ୍ତି । ସେହିପରି ସେ କ୍ୟାପସନରେ ସେ ଲେଖିଛନ୍ତି, ‘ଏହା ବଦଳରେ ଆମେ Ring-a-Ring-a-Roses କରିବା ଉଚିତ୍ କି । ରଣବୀର ସିଂ ?’

ସେପଟେ ରଣବୀର ମଧ୍ୟ ଦୀପିକାଙ୍କ ସହ ଏକ ବୋମେରାଙ୍ଗ ଭିଡିଓ ସେୟାର କରିଛନ୍ତି । ଯଦି ଦୁଇଜଣଙ୍କ ଆଗାମୀ ପ୍ରୋଜେକ୍ଟ ବିଷୟରେ କଥା ହେବା ତାହାଲେ କବୀର ଖାନଙ୍କ ନିର୍ଦ୍ଦେଶିତ ଫିଲ୍ମ ‘83’ରେ ନଜର ଆସିବେ ଏହି ଯୋଡି । ବିବାହ ପରେ ଦୁଇଜଣଙ୍କ ଏହା ପ୍ରଥମ ଫିଲ୍ମ । ଏପ୍ରିଲରେ ରିଲିଜ ହେବ ‘83’ ।

ABOUT THE AUTHOR

...view details