ଓଡିଶା

odisha

By

Published : Mar 31, 2021, 1:42 PM IST

ETV Bharat / sitara

ନିର୍ଦ୍ଦେଶନା ଦୁନିଆରେ ମାଧବନଙ୍କ ପଦାର୍ପଣ, ଫ୍ୟାନ୍ସଙ୍କୁ ଗୁରୁବାର ସରପ୍ରାଇଜ

ଆର ମାଧବନଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ‘ରୋକେଟ୍ରି’ ଟ୍ରେଲର ରିଲିଜ ସୂଚନା ଦେଲେ ତରଣ । ନିର୍ଦ୍ଦେଶନା ଦୁନିଆରେ ଏଥର ଭାଗ୍ୟ ପରୀକ୍ଷା କରିବେ ଅଭିନେତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ଆର ମାଧବନଙ୍କୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ଦମଦାର ଫିଲ୍ମ ଦେଇସାରିଥିବା ଅଭିନେତା ଏବେ ସାଜିବେ ନିର୍ଦ୍ଦେଶକ । ତାଙ୍କ ପ୍ରଥମ ନିର୍ଦ୍ଦେଶିତ ଫିଲ୍ମ ‘ରୋକେଟ୍ରି’ ଟ୍ରେଲର ରିଲିଜ ହେବା ଘୋଷଣା କରିଦେଇଛନ୍ତି ମେକର୍ସ । ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନାରେ କ୍ୟାରିୟର ଆରମ୍ଭ କରିବେ ସେ ।

ଫିଲ୍ମ କାହାଣୀ ଭାରତୀୟ ବୈଜ୍ଞାନିକ ତଥା ଏରୋସ୍ପେସ୍ ଇଞ୍ଜିନିୟର ନାମ୍ବି ନାରାୟଣନ ଜୀବନୀ ନେଇ ଆଧାରିତ। ଯାହାକୁ ଅନେକ ଭାଷାରେ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ ।

ଟ୍ରେଲର ରିଲିଜ ହେବା ସୂଚନା ଦେଇ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଏକ ପୋଷ୍ଟରେ ଲେଖିଛନ୍ତି, ‘ଆର ମାଧବନ ହେବେ ନିର୍ଦ୍ଦେଶକ । ଆସନ୍ତା କାଲି ଆସିବ ରୋକେଟ୍ରିର ଦମଦାର ଟ୍ରେଲର । ଏପ୍ରିଲ 1 ସନ୍ଧ୍ୟା 5ଟାରେ ସମସ୍ତଙ୍କୁ ମିଳିବ ଫିଲ୍ମର ସୂଚନା । ଯାହା ଭାରତୀୟ ବୈଜ୍ଞାନିକ ତଥା ଏରୋସ୍ପେସ୍ ଇଞ୍ଜିନିୟର ନାମ୍ବି ନାରାୟଣନଙ୍କ ବାୟୋପିକ ।’

ABOUT THE AUTHOR

...view details