ଓଡିଶା

odisha

By

Published : Jun 11, 2020, 5:22 PM IST

ETV Bharat / sitara

ହାଇଦ୍ରାବାଦରେ ‘ମୁମ୍ବାଇ ସାଗା’ର ସୁଟିଂ ଆରମ୍ଭ କରିବେ ଜନ

ଖୁବଶୀଘ୍ର ଜନଙ୍କ ଆଗାମୀ ଫିଲ୍ମ ‘ମୁମ୍ବାଇ ସାଗା’ର ପୁନଃ ସୁଟିଂ ଆରମ୍ଭ। ଏଥର ରାମୋଜି ଫିଲ୍ମସିଟିରେ ସୁଟିଂ ହେବ ଆଗାମୀ ସିନ୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜନ ଅବ୍ରାହମ

ମୁମ୍ବାଇ: ହ୍ୟାଣ୍ଡସମ ଆକ୍ଟର ଜନ ଆବ୍ରାହମ ଖୁବଶୀଘ୍ର ପୁଣିଥରେ ଗ୍ୟାଙ୍ଗଷ୍ଟାର ରୋଲରେ ନଜର ଆସିବାକୁ ଯାଉଛନ୍ତି । ସେ ଏହି ସମୟରେ ନିଜର ଅପକମିଂ ଫିଲ୍ମ ‘ମୁମ୍ବାଇ ସାଗା’କୁ ନେଇ ଚର୍ଚ୍ଚାରେ । ଏହି ଫିଲ୍ମରୁ ଜନଙ୍କ ଦୁଇଟି ଅବତାରର ପୋଷ୍ଟର ନିକଟରେ ଜାରି ହୋଇସାରିଛି । ଲକଡାଉନ ପାଇଁ ଏହି ଫିଲ୍ମର ସୁଟିଂକୁ ସ୍ଥଗିତ ରଖାଯାଇଥିଲା । ହେଲେ ଇତିମଧ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ ଜନ ଜଲଦି ଫିଲ୍ମର ସୁଟିଂ ପୁନଃ ଆରମ୍ଭ କରିବେ ।

ହାଇଦ୍ରାବାଦର ରାମୋଜି ରାଓ ଫିଲ୍ମସିଟିରେ ‘ମୁମ୍ବାଇ ସାଗା’ର ଆଗାମୀ ସୁଟିଂ ଆରମ୍ଭ ହେବ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା । ଏହପୂର୍ବରୁ ସେ ‘ସୁଟଆଉଟ ଆଟ ଲୋଖଣ୍ଡୱାଲା’, ‘କାବିଲ’ ଓ ‘କୋର୍ଟ’ ଭଳି ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ ।

ପ୍ରକାଶ ଥାଉକି ଆଗାମୀ ସୁଟିଂ ପାଇଁ ଜନ ନିଜ ଟିମ ସହ ଆସନ୍ତା ମାସ ହାଇଦ୍ରାବାଦ ଯିବେ । ବର୍ତ୍ତମାନ ଫିଲ୍ମର ପୁରା ଟିମ ସୁଟିଂ ପାଇଁ ପ୍ରସ୍ତୁତ । ହେଲେ କୋରୋନା ଲକଡାଉନ ଗାଇଡଲାଇନ ଆଧାରରେ ଫିଲ୍ମର ସୁଟିଂ କରାଯିବ ।

For All Latest Updates

TAGGED:

ABOUT THE AUTHOR

...view details