ଓଡିଶା

odisha

'ଦ ହ୍ବାଇଟ ଟାଇଗର'ରୁ ଫାଷ୍ଟଲୁକ୍ ସେୟାର କଲେ ପିସି

By

Published : Oct 16, 2020, 6:44 PM IST

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଦ ହ୍ବାଇଟ ଟାଇଗର'ରୁ ତାଙ୍କ ଚରିତ୍ର ପିଙ୍କିଙ୍କ ଫାଷ୍ଟ ଲୁକ୍ ସେୟାର କରିଛନ୍ତି। ଅଧିକ ପଢନ୍ତୁ...

peecee shares first look of her character pinky from the white tiger
'ଦ ହ୍ବାଇଟ ଟାଇଗର'ରୁ ନିଜର ଫାଷ୍ଟ ଲୁକ୍ ସେୟାର କଲେ ପିସି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଖୁବଶୀଘ୍ର ବଲିଉଡ ଅଭିନେତା ରାଜକୁମାର ରାଓଙ୍କ ସହ ତାଙ୍କ ଆଗାମୀ ଫିଲ୍ମ 'ଦ ହ୍ବାଇଟ ଟାଇଗର' ରେ ନଜର ଆସିବେ।

ନିକଟରେ ପ୍ରିୟଙ୍କା ସୋସିଆଲ ମିଡିଆରେ ଏହି ଫିଲ୍ମର ଫାଷ୍ଟ ଲୁକ୍ ସେୟାର କରିଛନ୍ତି ।

ପ୍ରିୟଙ୍କା 'ଦ ହ୍ବାଇଟ ଟାଇଗର' ସହିତ ଜଡିତ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ପ୍ରିୟଙ୍କାଙ୍କ ଲୁକକୁ ଫ୍ୟାନ୍ସମାନେ ବହୁତ ପସନ୍ଦ କରୁଛନ୍ତି ।

ଏହି ପୋଷ୍ଟ ସହିତ ପ୍ରିୟଙ୍କା କ୍ୟାପସନରେ ଲେଖିଛନ୍ତି, 'ଦ ହ୍ବାଇଟ ଟାଇଗର'ରେ ମୁଁ ପିଙ୍କି ମ୍ୟାଡାମଙ୍କ ଚରିତ୍ରରେ ଅଭିନୟ କରିଛି । ଯିଏ କି ଆମେରିକାର ପ୍ରଥମ ପିଢିର ପ୍ରବାସୀ । ସେ ତାଙ୍କ ସ୍ବାମୀଙ୍କ ସହିତ ଭାରତରେ ଅଛନ୍ତି ଏବଂ ଏହା ପରେ ତାଙ୍କ ଜୀବନ ବଦଳିଯାଏ । ପିଙ୍କି ମ୍ୟାଡାମ୍ ପ୍ରକୃତରେ ଏକ ବିଶେଷ ଚରିତ୍ର । 'ଦ ହ୍ବାଇଟ ଟାଇଗର' ଖୁବ୍ ଶୀଘ୍ର ନେଟଫ୍ଲିକ୍ସରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଛି " ।

ପ୍ରକାଶ ଥାଉ ଯେ, ପ୍ରିୟଙ୍କାଙ୍କ ଶେଷ ଥର ପାଇଁ ଫିଲ୍ମ 'ଦ ସ୍କାଏ ପିଙ୍କ' ରେ ନଜର ଆସିଥିଲେ ।

ABOUT THE AUTHOR

...view details