ଓଡିଶା

odisha

By

Published : Jul 17, 2019, 9:45 PM IST

ETV Bharat / sitara

ବନ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲେ ଖିଲାଡି

ବାତ୍ୟା ପୀଡିତଙ୍କ ପାଇଁ ଆଗକୁ ଆସିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ବାତ୍ୟା ପ୍ରଭାବିତ ଦୁଇ ରାଜ୍ୟକୁ ଏକ କୋଟି ଲେଖାଏଁ ସହାୟତା ରାଶି ଦେଲେ ଖିଲାଡି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଦେଶରେ ବର୍ତ୍ତମାନ ଅନେକ ରାଜ୍ୟରେ ବନ୍ୟା ପରିସ୍ଥିତି ଅତି ଜଟିଳ ହେବାରେ ଲାଗିଛି । ଖାସ୍ କରି ଆସାମ ଓ ବିହାରରେ ଲକ୍ଷ ଲକ୍ଷ ଲୋକ ବନ୍ୟା କାରଣରୁ ପ୍ରଭାବିତ ହୋଇଛନ୍ତି । ବନ୍ୟା ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ତେବେ ଦେଶର ଏହି ପରିସ୍ଥିତି ସମୟରେ ସହାୟତା ପାଇଁ ଆଗକୁ ବଢିଛନ୍ତି ଖିଲାଡି ଅକ୍ଷୟ କୁମାର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଅକ୍ଷୟ ଟ୍ବିଟ କରି କହିଛନ୍ତି, ‘ଆସାମରେ ବନ୍ୟାର ସ୍ଥିତି ବିଷୟରେ ଜାଣି ମୁଁ ବହୁତ ଦୁଃଖିତ । ଏହି ଅସୁବିଧା ସମୟରେ ସମସ୍ତଙ୍କୁ ସହାୟତାର ଆବଶ୍ୟକତା ରହିଛି, ସେ ମଣିଷ ହେଉ କି ପଶୁ । ମୁଁ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଏକ କୋଟି ଲେଖାଏଁ ସହାୟତା ପ୍ରଦାନ କରୁଛି ଓ ଏହାସହ କାଜିରଙ୍ଗା ପାର୍କର ଉଦ୍ଧାର ପାଇଁ ଅପିଲ କରୁଛି ।’

ପ୍ରକାଶଥାଉକି, ଆସାମର 33ରୁ ପ୍ରାୟ 30 ଜିଲ୍ଲା ବନ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ବେଳେ 45 ଲକ୍ଷ ଜନତା ବନ୍ୟା ଘେରରେ ଫସି ରହିଛନ୍ତି । ଏହା ସହ 28 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି । ଅନ୍ୟପକ୍ଷେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ପ୍ରାୟ 150ଟି ଶିବିର ପ୍ରଭାବିତ ହୋଇଛି ।

ABOUT THE AUTHOR

...view details