ଓଡିଶା

odisha

By

Published : Nov 13, 2021, 9:13 PM IST

ETV Bharat / sitara

କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ: ପ୍ରତିକ୍ରିୟା ରଖିଲେ ମ୍ୟୁଜିକ କମ୍ପୋଜର ବିଶାଲ

ଭାରତର ସ୍ବାଧୀନତାକୁ ନେଇ କଣ୍ଟ୍ରୋଭର୍ସି କ୍ବିନ କଙ୍ଗନାଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ମ୍ୟୁଜିକ କମ୍ପୋଜର ବିଶାଲ । କହିଲେ କଙ୍ଗନାଙ୍କୁ କେହି ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ ସମ୍ପର୍କରେ ମନେ ପକେଇ ଦିଅ । ଅଧିକ ପଢନ୍ତୁ....

କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ: ପ୍ରତିକ୍ରିୟା ରଖିଲେ ମ୍ୟୁଜିକ କମ୍ପୋଜର ବିଶାଲ
କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ: ପ୍ରତିକ୍ରିୟା ରଖିଲେ ମ୍ୟୁଜିକ କମ୍ପୋଜର ବିଶାଲ

ମୁମ୍ବାଇ:ଭାରତର ସ୍ବାଧୀନତାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତ । ଏହା ଉପରେ ଶନିବାର ମତ ରଖିଛନ୍ତି ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି । ସେ ଶହୀଦ ଭଗତ ସିଂଙ୍କ ଫଟୋଚିତ୍ର ଥିବା ଏକ ଟି-ସାର୍ଟ ପିନ୍ଧି ସୋସିଆଲ ମିଡ଼ିଆରେ କଙ୍ଗନାଙ୍କ ମନ୍ତବ୍ୟ ବିରୋଧରେ ପ୍ରତିକ୍ରିୟା ରଖିଛନ୍ତି ।

ଏହା ବି ପଢନ୍ତୁ: ପଦ୍ମଶ୍ରୀ ଫେରାଇ ଦେବାକୁ କହିଲେ କଙ୍ଗନା !

ଗତ ଗୁରୁବାର କଙ୍ଗନା କହିଥିଲେ ଯେ ୨୦୧୪ ମସିହାରେ ଭାରତକୁ ପ୍ରକୃତ ସ୍ବାଧୀନତା ମିଳିଛି । ମୋଦି ସରକାର କ୍ଷମତାକୁ ଆସିବା ପରେ ଏହି ସ୍ବାଧୀନତା ମିଳିଥିବା ବେଳେ ୧୯୪୭ ମସିହା ସ୍ବାଧୀନତା, ଭିକ ଥିଲା ବୋଲି ସେ କହିଥିଲେ । ବିଶାଲ କଙ୍ଗନାଙ୍କ ଏହି ବିବାଦୀୟ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ମାଧ୍ୟମରେ କହିଛନ୍ତି ଯେ, "ମୋ ସାର୍ଟରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶହୀଦ ଭଗତ ସିଂ ଯିଏକି ଏକା ଧାରାରେ ଜଣେ କବି, ସ୍ବାଧୀନତା ସଂଗ୍ରାମୀ, ଭାରତ ମାତାର ଯୋଗ୍ୟ ସନ୍ତାନ ଓ ଜଣେ ଚାଷୀର ପୁତ୍ର ଥିଲେ । ସେ ଦେଶର ସ୍ବାଧୀନତା ପାଇଁ ମାତ୍ର ୨୩ ବର୍ଷ ବୟସରେ ନିଜ ଜୀବନର ବଳିଦାନ ଦେଇଥିଲେ ଏବଂ ଦେଶାତ୍ମବୋଧକ ସଂଗୀତ ଗାଇ ହସି ହସି ପ୍ରାଣ ତ୍ୟାଗ କରିଥିଲେ । " ଏ ସମ୍ପର୍କରେ କଙ୍ଗନାଙ୍କୁ ସେ ମନେ ପକାଇ ଦେବାକୁ ଚାହାନ୍ତି ବୋଲି କହିଛନ୍ତି ।

କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ: ପ୍ରତିକ୍ରିୟା ରଖିଲେ ମ୍ୟୁଜିକ କମ୍ପୋଜର ବିଶାଲ

ଏହା ବି ପଢନ୍ତୁ: କଙ୍ଗନା ନାଁରେ କ୍ୟାପିଟାଲ ଥାନାରେ ଏତଲା, ଦେଶଦ୍ରୋହ ମାମଲା ରୁଜୁ ଦାବି

ସେ ଆହୁରି କହିଛନ୍ତି ଯେ କଙ୍ଗନାଙ୍କୁ ସୁଖଦେବ, ରାଜଗୁରୁ, ଅଶଫଖଉଲ୍ଲହା ଓ ଏଭଳି ଅନେକ ବୀର ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ପର୍କରେ ମନେ ପକାଇଛନ୍ତି ଯିଏକି ବ୍ରିଟିଶ ସେନା ସମ୍ମୁଖରେ ହାର ମାନିବାକୁ ପ୍ରସ୍ତୁତ ନଥିଲେ । ନମ୍ରତାର ସହିତ ଏ ସମ୍ପର୍କରେ ବିଶାଲ ତାଙ୍କୁ ମନେ ପକାଇ ଦେବା ପାଇଁ ଚାହୁଁଥିବା ବେଳେ ଆଗକୁ ସେ ଏପରି କିଛି ମନ୍ତବ୍ୟ ନ ଦେବାକୁ ସାହାସ କରନ୍ତୁନି ବୋଲି ସେ କହିଛନ୍ତି । ସେପଟେ ତାଙ୍କ ମନ୍ତବ୍ୟ ଭୁଲ ପ୍ରମାଣିତ ହେଲେ କଙ୍ଗନା କ୍ଷମା ପ୍ରାର୍ଥନା କରିବା ସହିତ ପଦ୍ମଶ୍ରୀ ଆୱାର୍ଡକୁ ଫେରାଇ ଦେବେ ବୋଲି ମଧ୍ୟ କହିଛନ୍ତି ।

କଙ୍ଗନାଙ୍କ ଏହି ମନ୍ତବ୍ୟ ପରେ ତାଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହିତ ବିଭିନ୍ନ ରାଜନୈତିକ ଦଳ ତାଙ୍କ ଗିରଫ ଦାବି କରିଛନ୍ତି । ସେପଟେ ଶୁକ୍ରବାର ଯୁବ କଂଗ୍ରେସର ଅନେକ କର୍ମୀ ଏହା ବିରୋଧରେ ଆନ୍ଦୋଳନ ମଧ୍ୟ କରିଛନ୍ତି । ଶିବସେନା ନେତା କଙ୍ଗନାଙ୍କୁ ସମାଲୋଚନା କରି କହିଛନ୍ତି ଯେ ଭାରତର ସମ୍ମାନଜନକ ପୁରସ୍କାର ଜଣେ ଏପରି ମହିଳାଙ୍କୁ ଦିଆଯାଇଛି ଯିଏକି ସ୍ବାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରିଛନ୍ତି ।

@ANI

ABOUT THE AUTHOR

...view details