ଓଡିଶା

odisha

By

Published : Mar 25, 2021, 12:45 PM IST

ETV Bharat / sitara

‘ଗଙ୍ଗୁବାଇ କାଠିଆୱାଡି’ ବିବାଦ, ଆଲିୟା-ସଞ୍ଜୟଙ୍କୁ ମିଳିଲା ସମନ

‘ଗଙ୍ଗୁବାଇ କାଠିଆୱାଡି’ ମେକର୍ସଙ୍କୁ ବଡ ଝଟକା । ପୁଣି କୋର୍ଟରେ ଦାୟର ହେଲା ମାମଲା । ଆସନ୍ତା ମେରେ ହେବ ଶୁଣାଣି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଢିଲା ସଞ୍ଜୟ ଲୀଲା ଭଂସାଲୀଙ୍କ ସମସ୍ୟା । ତାଙ୍କ ଆଗାମୀ ଫିଲ୍ମ ‘ଗାଙ୍ଗୁବାଇ କାଠିଆୱାଡି’ ବିବାଦ ଥମିବାର ନାଁ ନେଉନାହିଁ । ମୁମ୍ବାଇର ମଜଗାଓଁ କୋର୍ଟ କ୍ରାଇମବ୍ରାଞ୍ଚ ଏକ ମାମଲାରେ ଏହି ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ, ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ସହ ଦୁଇଜଣ ଲେଖକଙ୍କୁ ସମନ ପଠାଇଛନ୍ତି ।

ଗଙ୍ଗୁବାଇଙ୍କ ପୋଷ୍ୟପୁତ୍ର ବୋଲି ଦାବି କରୁଥିବା ବାବୁ ରାୱଜୀ ଶାହାଙ୍କ ଆବେଦନକୁ ଆଧାର କିର ଏମାନଙ୍କୁ ସମନ ଜାରି କରାଯାଇଛି । ଆଉ ଆସନ୍ତା ମେ 21ରେ କୋର୍ଟରେ ହାଜର ହେବାକୁ କୁହାଯାଇଛି।

ମୁମ୍ବାଇର ଏକ ସିଭିଲ କୋର୍ଟ ଫିଲ୍ମର ପ୍ରମୋସନ ବନ୍ଦ କରିବାକୁ ଚେଷ୍ଟା କରି ଶାହାଙ୍କ ଏକ ମକଦ୍ଦମାକୁ ପ୍ରତ୍ୟାଖ୍ୟାନ କରିବାର ଏକ ମାସ ପରେ ନିର୍ମାତାଙ୍କୁ ସମନ ପଠାଯାଇଛି ।ପ୍ରକାଶ ଥାଉକି ଗତ ବର୍ଷ ଚର୍ଚ୍ଚା ଜୋର ଧରିଥିଲା ଯେ ଫିଲ୍ମକୁ ନେଇ ଗଙ୍ଗୁବାଇଙ୍କ ପରିବାର ଲୋକେ ଆପତ୍ତି ପ୍ରକାଶ କରି ବମ୍ବେ ସିଟି ସିଭିଲ କୋର୍ଟରେ ହୁସୈନ ଜୈଦୀ, ସଞ୍ଜୟ ଓ ଆଲିୟାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଥିଲେ ।

ଏହି ଫିଲ୍ମ ହୁସୈନଙ୍କ ବହି ‘ମାଫିଆ କୁଇନ୍ସ ଅଫ ମୁମ୍ବାଇ’ର କାହାଣୀକୁ ନେଇ ଆଧାରିତ । ଯେଉଁଥିରେ ଡନ ଗଙ୍ଗୁବାଇଙ୍କ କାହାଣୀ ପରଦାରେ ପର୍ଯ୍ୟବେଶିତ କରାଯିବ । ଗଙ୍ଗୁବାଇ 60 ଦଶକରେ ମୁମ୍ବାଇରେ ବଡ ମାଫିଆଙ୍କ ମଧ୍ୟରେ ଅନ୍ୟତମ ଥିଲେ । ଶୁଣିବାକୁ ମିଳୁଛି ଯେ ମାତ୍ର 500 ଟଙ୍କା ପାଇଁ ତାଙ୍କୁ ତାଙ୍କ ସ୍ବାମୀ ଅନ୍ୟକୁ ବିକି ଦେଇଥିଲେ । ଏହାପରେ ସେ ରୂପଜୀବି ରୂପେ କାମ କରି ନିଜ ପେଟ ପୋଷିଥିଲେ । ଫିଲ୍ମରେ ଭୁଲ କାହାଣୀ ପର୍ଯ୍ୟବେଶିତ କରି ମେକର୍ସ ଗଙ୍ଗୁବାଇଙ୍କ ପ୍ରତିଛବିକୁ ଖରାପ କରିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details