ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତ ହେଲେ ଫେମସ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା । ମନୀଷ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି । ମନୀଷ ଏବେ ହୋମ କ୍ବାରେଣ୍ଟାଇନରେ ଅଛନ୍ତି ।
କୋରୋନା କବଳରେ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା
ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କୁ ନେଇ ସାମ୍ନାକୁ ଆସିଲା ବଡ ଖବର । ମନୀଷ କୋରୋନା ସଂକ୍ରମିତ ହେବା ଖବର ବର୍ତ୍ତମାନ ଚର୍ଚ୍ଚାରେ । ଅଧିକ ପଢନ୍ତୁ...
କୋରୋନା କବଳରେ ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରା
ମନୀଷ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ମୋର କୋଭିଡ-19 ଟେଷ୍ଟ ପଜିଟିଭ୍ ଆସିଛି । ବର୍ତ୍ତମାନ ମୋ ସ୍ବାସ୍ଥ୍ୟ ଅବସ୍ଥା ଭଲ ଅଛି ମୁଁ ଏବେ ହୋମ କ୍ବାରେଣ୍ଟାଇନରେ ଅଛି, ଡାକ୍ତରମାନେ ମଧ୍ୟ ମୋର ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି । ଦୟାକରି ସମସ୍ତେ ସୁରକ୍ଷିତ ରୁହନ୍ତୁ ଏବଂ ଯତ୍ନ ନିଅନ୍ତୁ ।
ପ୍ରକାଶ ଥାଉ ଯେ, ଏବେ ତାଙ୍କ କୋରୋନା ଖବର ଶୁଣି ଚିନ୍ତାରେ ଆସିଯାଇଛନ୍ତି ପ୍ରଶଂସକ ଏବଂ ବଲିଉଡ ତାରକା ।