ଓଡିଶା

odisha

By

Published : May 15, 2021, 12:39 PM IST

ETV Bharat / sitara

54 ବର୍ଷରେ ପଦାର୍ପଣ କଲେ ଧକ୍‌ଧକ୍‌ ଗାର୍ଲ, ଡ୍ୟାନ୍ସରେ ଜିତନ୍ତି ମନ

54ରେ ପାଦ ଥାପିଲେ ଧକ୍ ଧକ୍ ଗାର୍ଲ ମାଧୁରୀ ଦୀକ୍ଷିତ । ସୋସିଆଲ ମିଡିଆରେ ଛୁଟିଲା ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ... ଆଜି ମଧ୍ୟ ନିଜ ଦମଦାର ଅନ୍ଦାଜରେ ଜିତୁଛନ୍ତି ଫ୍ୟାନ୍ସଙ୍କ ମନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଆଜି 54 ବର୍ଷରେ ପାଦ ଥାପିଲେ ସୁନ୍ଦରୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ସେ ହିନ୍ଦୀ ଚଳଚ୍ଚିତ୍ରର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେବା ସହ ନୃତ୍ୟଶିଳ୍ପୀ ମଧ୍ୟ । ଆଜି ମଧ୍ୟ ତାଙ୍କ ନୃତ୍ୟର ଅନେକ ପ୍ରଶଂସକ ଅଛନ୍ତି । ଏବେ ବି ସେ ନିଜ କାତିଲ ଅନ୍ଦାଜରେ ଲୁଟୁଛନ୍ତି ସମସ୍ତଙ୍କ ହୃଦୟ । ତେବେ ଜନ୍ମଦିନ ଅବସରରେ ଆସନ୍ତୁ ନଜର ପକାଇବା ତାଙ୍କ ଫିଲ୍ମ କ୍ୟାରିୟର ଉପରେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମାଧୁରୀ ହିନ୍ଦୀ ଚ୍ଚଳଚ୍ଚିତ୍ରକୁ ଏପରି ଏକ ମୋଡ ଦେଇଛନ୍ତି ଯେ, ଯେଉଁଥି ପାଇଁ ଆଜିର ଅଭିନେତ୍ରୀ ମାନେ ତାଙ୍କୁ ନିଜ ଆଦର୍ଶ ବୋଲି ଭାବନ୍ତି । 1967 ମେ 15 ମସିହାରେ ମୁମ୍ବାଇରେ ମାଧୁରୀଙ୍କ ଏକ ମରାଠୀ ପରିବାରରେ ଜନ୍ମ ହୋଇଥିଲା। ପିତା ଶଙ୍କର ଦୀକ୍ଷିତ ଓ ମାତା ସ୍ନେହଲତା ଦୀକ୍ଷିତଙ୍କ ଗେହ୍ଲି ମାଧୁରୀଙ୍କ ପିଲାବେଳୁ ଚିକିତ୍ସକ ହେବାର ଇଚ୍ଛା ଥିଲା, ବୋଧ ହୁଏ ଏହି କାରଣ ଯୋଗୁଁ ସେ ତାଙ୍କ ଜୀବନ ସାଥୀ ଶ୍ରୀରାମ ନେନେଙ୍କୁ ବାଛି ଥିଲେ । ଯିଏକି ପେଶାରେ ଜଣେ ଚିକିତ୍ସକ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ହେଲେ ମାଧୁରୀଙ୍କ ଭାଗ୍ୟରେ ଲେଖାଥିଲା କିଛି ଭିନ୍ନ । ଡାକ୍ତର ପରିବର୍ତ୍ତ୍ବେ ସେ ସାଜିଲେ ଅଭିନେତ୍ରୀ । ଇବାଇନ୍ ଛାଇଲ୍ଡ ହାଇ ସ୍କୁଲ୍‌ରେ ପଢିବା ପରେ ମାଧୁରୀ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ସ୍ନାତକ ଶିକ୍ଷା ପୂର୍ଣ୍ଣ କରିଥିଲେ। ପିଲାବେଳୁ ମାଧୁରୀଙ୍କ ନୃତ୍ୟରେ ରୁଚି ଥିଲା।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ନିଜ ନୃତ୍ୟ କଳା ପାଇଁ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ । ସେହିପରି 1984 ଫିଲ୍ମ ‘ଅବୋଧ’ରୁ ନିଜ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ମାଧୁରୀ । ଏହାପରେ ଆଉ କେବେ ବୁଲିକୁ ପଛକୁ ଚାହିଁନାହାଁନ୍ତି ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଗୋଟିଏ ପରେ ଗୋଟିଏ ହିଟ୍ ବଲିଉଡକୁ ଦେଇଚାଲିଥିଲେ ସେ । ତାଙ୍କ ସୁପରହିଟ୍ ଫିଲ୍ମ ଗୁଡିକ ହେଲା ‘ତେଜାବ୍’, ‘ସାଜନ’, ‘ପରିନ୍ଦା’, ‘ଦିଲ ତୋ ପାଗଲ ହେ’, ‘ହମ୍ ଆପକେ ହେ କୋନ’, ‘ଦେଦଦାସ’ ଏବଂ ‘ତ୍ରିଦେବ’ ଭଳି ଫିଲ୍ମ । ସେ ଏଯାବତ 69ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି । ଶେଷଥର ତାଙ୍କୁ କରନ ଜୋହରଙ୍କ ଫିଲ୍ମ କଲଙ୍କରେ ଦେଖିବାକୁ ମିଳିଥିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ABOUT THE AUTHOR

...view details