ଓଡିଶା

odisha

By

Published : Apr 19, 2020, 8:17 PM IST

ETV Bharat / sitara

ଲକଡାଉନ ଡାଏରୀ: ଲୁଡୋ ଖେଳରେ ବ୍ୟସ୍ତ ବିରୁଷ୍କା

ଲକଡାଉନ ସମୟରେ ଅଭିନେତ୍ରୀ ଅନୁଷ୍କା ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ସ୍କ୍ରିନସଟ ସେୟାର କରିଛନ୍ତି । ଯେଉଁଥିରେ ଅଭିନେତ୍ରୀ ଅନୁଷ୍କା ଏବଂ ତାଙ୍କ ସ୍ବାମୀ ବିରାଟ କୋହଲି ଘରେ ଲୁଡୋ ଖେଳୁଥିବାର ଦେଖିବାକୁ ମିଳିଥିଲା । ଏହାସହ ଅନୁଷ୍କା ଖେଳ ମାଧ୍ୟମରେ ଲେକମାନଙ୍କୁ ଘରେ ରହିବାକୁ ବାର୍ତ୍ତା ମଧ୍ୟ ଦେଇଥିଲେ । ଆହୁରି ପଢନ୍ତୁ...

lockdown diaries its ludo times for anushka virat
ଲକଡାଉନ ଡାଏରୀ: ଲୁଡୋ ଖେଳରେ ବ୍ୟସ୍ତ ବିରୁଷ୍କା

ମୁମ୍ବାଇ: ଲକଡାଉନ ସମୟରେ ସମସ୍ତ ବଲିଉଡ ସେଲିବ୍ରିଟିମାନେ ଘରେ ଅଛନ୍ତି । ଏହି ସମୟରେ ଷ୍ଟାର ଦମ୍ପତି ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ଲୁଡୋ ଖେଳୁଛନ୍ତି ।

ନିକଟରେ ଅଭିନେତ୍ରୀ ଅନୁଷ୍କା ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ସ୍କ୍ରିନସଟ ସେୟାର କରିଛନ୍ତି । ଯେଉଁଥିରେ ଅନୁଷ୍କା ତାଙ୍କ ସ୍ୱାମୀ ବିରାଟ କୋହଲି ଏବଂ ପିତାମାତାଙ୍କ ସହ ମିଶି ଅନଲାଇନ ଲୁଡୋ ଖେଳୁଥିଲେ ।

ଏହି ଫଟୋରୁ ସ୍ପଷ୍ଟ ଜଣାପଡୁଥିଲା ଯେ, ବିରାଟ ଏବଂ ଅନୁଷ୍କାଙ୍କ ପିତାମାତା ଖେଳରେ ସେମାନଙ୍କଠାରୁ ଆଗରେ ଅଛନ୍ତି । ଅନୁଷ୍କାଙ୍କର ସମସ୍ତ ଚାରି ଖଣ୍ଡ ଗୋଟି ଘର ଭିତରେ ଅଛି । ଏନେଇ ଅନୁଷ୍କା ଏକ ମଜାଳିଆ ଢଙ୍ଗରେ ଲେଖିଛନ୍ତି ଯେ, ମୁଁ ଏହି ଖେଳରେ ହାରୁଛି , ମୁଁ ଘର ଭିତରେ ଅଛି, ଏହାସହ ମୁଁ ସାମାଜିକ ଦୂରତାକୁ ଅଭ୍ୟାସ କରୁଛି ।

କରୋନା ସହାୟତରେ ବିରୁଷ୍କା ମିଳିତ ଭାବରେ ପିଏମ କେୟାର ରିଲିଫ ପାଣ୍ଠିକୁ 3 କୋଟି ଟଙ୍କା ଦାନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details