ଓଡିଶା

odisha

By

Published : Jun 25, 2021, 10:35 AM IST

ETV Bharat / sitara

ବାବିଲଙ୍କ ପୋଷ୍ଟକୁ ନେଇ ଏମିତି ପ୍ରଶ୍ନ ପଚାରିଲେ ଫ୍ୟାନ...

ପୁଣିଥରେ ପିତାଙ୍କ ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ବାବିଲ । ନିକଟରେ ସେୟାର କରିଥିବା ପୋଷ୍ଟରେ ପ୍ରଶ୍ନ ପଚାରିଲେ ଜଣେ ଫ୍ୟାନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ

ମୁମ୍ବାଇ: ଦିବଂଗତ ଅଭିନେତା ଇରଫାନ ଖାନଙ୍କ ଲାଡଲା ବାବିଲ ଖାନ ଖୁବଶୀଘ୍ର ବଲିଉଡରେ ପାଦ ରଖିବାକୁ ଯାଉଛନ୍ତି । ସେ ଅନୁଷ୍କା ଶର୍ମାଙ୍କ ପ୍ରଯୋଜନାରେ ନିର୍ମାଣ ହେଉଥିବା ଫିଲ୍ମ ‘କ୍ବାଲା’ରେ ନଜର ଆସିବେ । ତାଙ୍କ ଏହି ଡେବ୍ୟୁ ଫିଲ୍ମର ଟିଜର ଭିଡିଓ ନିକଟରେ ରିଲିଜ ହୋଇଥିଲା । ଫିଲ୍ମ ବ୍ୟତୀତ ସେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ଇତିମଧ୍ୟରେ ଭାଇରାଲ ହେଉଛି ତାଙ୍କ ଦୁଇ ଦିନ ପୂର୍ବର ପୋଷ୍ଟ ।

ଯେଉଁଥିରେ ସେ ପିତାଙ୍କର କିଛି ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ, ‘ମୁଁ ଏତେ କଠିନ ପରିଶ୍ରମ କରୁଛି, ଆପଣ ଦେଖିବାକୁ ଏଠାରେ ଥାଆନ୍ତେ କି ।’ ସେପଟେ ଫ୍ୟାନ୍ସ ଏହି ଫଟୋ ଦେଖି ପୁଣି ଭାବବିହ୍ବଳ ହୋଇପଡିଛନ୍ତି ।

ହେଲେ ଜଣେ ଫ୍ୟାନ୍ସ ପ୍ରଶ୍ନ କରି ପଚାରିଛନ୍ତି, ‘କଣ ଇରଫାନଙ୍କ ହାତରେ କୌଣସି ଜଏଣ୍ଟ ଅଛି । ସେପଟେ ଏହି ପ୍ରଶ୍ନ ଉପରେ ପ୍ରତିକ୍ରିୟା ଦେଇ ବାବିଲ ଲେଖିଛନ୍ତି, ‘ମୁଁ ଜାଣିନାହିଁ ଆପଣଙ୍କୁ ଏହି ଫଟୋରେ କେଉଁଠାରେ ଜଏଣ୍ଟ ଦେଖାଗଲା । କିନ୍ତୁ ଲାଗୁଛି ଯେ ତୁମର ହୃଦୟ ଏପରି କରିବାକୁ ଇଚ୍ଛା କରୁଛି । ଶୁଭକାମନା, ବନ୍ଧୁ ଏଠାରେ କୌଣସି ଜଏଣ୍ଟ ନାହିଁ ।’ ଦେଖନ୍ତୁ ଫଟୋ...

ABOUT THE AUTHOR

...view details