ଓଡିଶା

odisha

By

Published : Jun 8, 2019, 3:03 PM IST

ETV Bharat / sitara

ଲଭଷ୍ଟୋରୀ ପରେ କରନଙ୍କ ହରର ଫିଲ୍ମ

ଦୁଇ ଦୁଇଟି ପ୍ରେମ କାହାଣୀର ବିଫଳତା ପରେ କରନ ଏବେ ହରର ଫିଲ୍ମ କରିବେ । ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହେବ ହରର ଫିଲ୍ମ ।

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ରୋମାଣ୍ଟିକ ଲଭଷ୍ଟୋରୀ ପାଇଁ ପପୁଲାର ବଲିଉଡ ନିର୍ଦ୍ଦେଶକ କରନ ଜୋହର ଏବେ ହରର ଫିଲ୍ମ କରିବେ । ଲଗାତାର ଦୁଇଟି ଫିଲ୍ମର ବିଫଳତା ପରେ କରନ ଏବେ ହରର ଫିଲ୍ମରେ ନିଜ ଭାଗ୍ୟ ପରୀକ୍ଷା କରିବେ ।

ଫଟୋ ସୌଜନ୍ୟ: ଏ ଏନ ଆଇ

ଏନେଇ ଏକ ପୋଷ୍ଟର ଜରିଆରେ ଘୋଷଣା କରିଛନ୍ତି କରନ ଜୋହର । ଆଗାମୀ ସୋମବାର(10 ଜୁନ) ଫିଲ୍ମ ବିଷୟରେ ଅଧିକ ତଥ୍ୟ ସେୟାର କରିବେ ବୋଲି କହିଛନ୍ତି କରନ । 15 ନଭେମ୍ବର 2019ରେ ଫିଲ୍ମ ରିଲିଜ ହୋଇପାରେ ।

ପ୍ରକାଶ ଥାଉକି, କରନଙ୍କ 2012ରେ ରିଲିଜ ହୋଇଥିବା ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦି ଇୟରର ସିକ୍ବେଲ ଚଳିତ ବର୍ଷ ରିଲିଜ ହୋଇଥିଲା । ଏଥିରେ ଟାଇଗର ସ୍ରଫଙ୍କ ସହ ଅନନ୍ୟା ପାଣ୍ଡେ ଓ ତାରା ସୁତାରିଆଙ୍କୁ ଦେଖିବାକୁ ମିଳିଥିଲା । ଫିଲ୍ମଟି ଏତେ ମାତ୍ରାରେ ସଫଳତା ପାଇପାରିନଥିଲା । ସେହିପରି ଏହା ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମ ‘କଳଙ୍କ’ମଧ୍ୟ ସଫଳତା ପାଇପାରିନଥିଲା ।

ABOUT THE AUTHOR

...view details