ଓଡିଶା

odisha

By

Published : Jul 9, 2020, 9:54 PM IST

ETV Bharat / sitara

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଇରଫାନଙ୍କ ଲାଡଲା

ପୁଣି ନିଜ ବୟାନ ପାଇଁ ଚର୍ଚ୍ଚାରେ ବାବିଲ ଖାନ । ଏବେ ପୁଣିଥରେ ସେ ପିତା ଇରଫାନଙ୍କ ଖାସ୍ କଥା ଜଣାଇବା ସହ ସୁଶାନ୍ତ ଓ କଲ୍କିଙ୍କ ବିଷୟରେ ଆଲୋଚନା କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବାବିଲ ଖାନ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡର ବାସ୍ତବ ଚେହେରା ଧିରେ ଧିରେ କରି ସମସ୍ତଙ୍କ ସାମ୍ନାକୁ ଆସିବାରେ ଲାଗିଛି । ସାଧାରଣ ଲୋକଙ୍କଠୁ ନେଇ ଅନେକ ସେଲିବ୍ରିଟି ବଲିଉଡ ଉପରେ ପରିବାରବାଦ, ଗୋଷ୍ଠୀବାଦ, ଫେଭରେଟିଜ୍ମ ଭଳି ଅଭିଯୋଗ ଲଗାଇସାରିଲେଣି । ସୋସିଆଲ ମିଡିଆରେ କିଛି ସେଲିବ୍ରିଟି ବଲିଉଡ ଉପରେ ନିଜ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏହି ମାମଲା ଉପରେ ଏବେ କହି ପୁଣିଥରେ ଚର୍ଚ୍ଚାରେ ସ୍ବର୍ଗତଃ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଖାନ । ସେ ପ୍ରାୟତଃ ସୋସିଆଲ ମିଡିଆରେ ନିଜ ପିତାଙ୍କ ବିଷୟରେ କିଛି ନା କିଛି ସେୟାର କରୁଥିବାର ଦେଖାଯାଆନ୍ତି । ହେଲେ ପରିବାରବାଦ ପରେ ସେ ଏବେ ଏକ ପାୱାରଫୁଲ ପୋଷ୍ଟ ସେୟାର କରିଛନ୍ତି ।

ଯେଉଁଥିରେ ସେ ଜଣାଇଛନ୍ତି ଇରଫାନ ସିନେମାରେ ଉପସ୍ଥାପନ କରାଯାଉଥିବା କିଛି ଜିନିଷ ଉପରେ ସ୍ବର ଉଠାଉଥିଲେ । ଆଉ ପରିଶେଷରେ ହାରିଯାଇଥିଲେ । ଏହାସହ ସେ ଦୁଇଟି ଫଟୋ ମଧ୍ୟ ସେୟାର କରିଛନ୍ତି ।

ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ‘କଣ ଆପଣ ଜାଣିଛନ୍ତି ମୋ ପିତା ମତେ ସିନେମା ଛାତ୍ର ହେବା ରୂପେ ସବୁଠୁ ଆବଶ୍ୟକ ଜିନିଷ କଣ ଶିଖାଇଥିଲେ ।’ ଏହାବ୍ୟତୀତ ସେ ଅଭିନେତ୍ରୀ କଲ୍କି କୋଚଲିନଙ୍କ ବିଷୟରେ ଆଲୋଚନା କରି ଲେଖିଛନ୍ତି, ‘ମତେ ବହୁତ ଆଶ୍ଚର୍ଯ୍ୟ ଲାଗିଥିଲା ଯେବେ ସେ କେଶ କାଟିବାରୁ ତାଙ୍କୁ ପୁଅ କହି ଟ୍ରୋଲର କରାଯାଇଥିଲା । ଆଉ ଏବେ ସୁଶାନ୍ତଙ୍କ ମୃତ୍ୟୁକୁ ଲୋକେ ରାଜନୀତି ପ୍ରସଙ୍ଗ କରିଦେଇଛନ୍ତି । ଆଶା କରୁଛି ଶୀଘ୍ର ପରିବର୍ତ୍ତନ ଆସିବ ।’

ABOUT THE AUTHOR

...view details