ଓଡିଶା

odisha

ହେମା@72, ବଲିଉଡର ଡ୍ରିମଗାର୍ଲ କେମିତି ସାଜିଲେ ବୀରୁଙ୍କ ରିଅଲ ବସନ୍ତୀ...

By

Published : Oct 16, 2020, 3:47 PM IST

ହେମାଙ୍କୁ ବିବାହ କରିବା ପାଇଁ ଧର୍ମେନ୍ଦ୍ର ପରିବର୍ତ୍ତନ କରିଥିଲେ ନିଜ ଧର୍ମ । ମୁସଲିମ ହୋଇ କରିଥିଲେ ବିବାହ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡର ଡ୍ରିମ ଗାର୍ଲ ହେମା ମାଳିନୀ ଅଭିନୟ ଠୁ ନେଇ ରାଜନୀତିରେ ନିଜ ଜଲୱା ଦେଖାଇଛନ୍ତି । ତାଙ୍କ ଅଭିନୟରେ ମୋହିତ ହୋଇ ଉଠନ୍ତି ଦର୍ଶକ । ତାଙ୍କ ଅନ୍ଦାଜକୁ ଆଜି ମଧ୍ୟ କେହି ଭୁଲି ନାହିଁନ୍ତି । ଏବେ ମଧ୍ୟ ସେ ସମସ୍ତଙ୍କ ଡ୍ରିମ ଗାର୍ଲ। ଫିଲ୍ମ ଜଗତରୁ ନେଇ ରାଜନୀତ ମହଲରେ ସଫଳ ସେ । ଆଜି ଏହି ମହାନ୍ ଅଭିନେତ୍ରୀଙ୍କ 72ତମ ଜନ୍ମଦିନ । ତେବେ ଆସନ୍ତୁ ଜାଣିବା କେମିତି ଥିଲା ଡ୍ରିମ ଗାର୍ଲଙ୍କ ଲଭଲାଇଫ୍...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

1968ରେ ଆସିଥିବା ଫିଲ୍ମ ‘ସପନୋଂ କା ସୌଦାଗ’ର ଜରିଆରେ ବଲିଉଡରେ ପଦାର୍ପଣ କରିଥିବା ହେମାଙ୍କ ସୌନ୍ଦର୍ଯ୍ୟର ମଧ୍ୟ ଦିୱାନା ଥିଲା ବଲିଉଡ । କାରଣ ତାଙ୍କୁ ବିବାହ କରିବାକୁ ସ୍ବପ୍ନ ଦେଖିଥିଲେ ଅନେକ ଅଭିନେତା । ସଞ୍ଜୀବ କୁମାରଙ୍କ ଠୁ ନେଇ ଜିତେନ୍ଦ୍ର ତାଙ୍କୁ ହୃଦୟ ଦେଇ ବସିଥିଲେ । ହେଲେ ବଲିଉଡର ହିମ୍ୟାନଙ୍କ ଉପରେ ଆସିଥିଲା ହେମାଙ୍କ ମନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ସେହିପରି ହେମା ଓ ଧର୍ମେନ୍ଦ୍ରଙ୍କ ପ୍ରେମ କାହାଣୀ ମଧ୍ୟ ଥିଲା ନିଆରା । କାରଣ ପୂର୍ବରୁ ବିବାହିତ ଥିଲେ ଧର୍ମେନ୍ଦ୍ର । ଯାହାପାଇଁ ଦୁଇଜଣଙ୍କ ପ୍ରେମରେ ବାଧା ସାଜିଥିଲେ ତାଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର । ହେଲେ ହେମାଙ୍କୁ ଛାଡିବାକୁ ଚାହୁଁନଥିବା ଧର୍ମେନ୍ଦ୍ର ବିବାହ ପାଇଁ ବଦଳାଇ ଥିଲେ ନିଜ ଧର୍ମ । ଇସଲାମ ଧର୍ମ ଗ୍ରହଣ କରି ହେମାଙ୍କ ସାତଜନ୍ମର ସାଥୀ ସାଜିଥିଲେ ସେ । ଆଉ ଏହାର କିଛି ବର୍ଷ ପରେ ପୁଣି ହିନ୍ଦୁ ବିଧି-ବିଧାନରେ ଦୁଇଜଣଙ୍କ ବିବାହ କରଥିଲେ । ଏପରି ଥିଲା ‘ସୋଲେ’ର ବୀରୁ ଓ ବସନ୍ତୀଙ୍କ ପ୍ରେମ କାହାଣୀ...

For All Latest Updates

TAGGED:

ABOUT THE AUTHOR

...view details