ଓଡିଶା

odisha

By

Published : May 15, 2020, 3:06 PM IST

ETV Bharat / sitara

ଧକ୍ ଧକ୍ ଗାର୍ଲ @53, ‘ଦିଲ’ରୁ ‘ଦିଲ ତୋ ପାଗଲ ହେ’ କେମିତି ଥିଲା ଯାତ୍ରା...

ଆଜି ନିଜର 53ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି ସମସ୍ତଙ୍କ ଫେଭରେଟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ଅନେକ ଫ୍ଲପ ଫିଲ୍ମ ଦେବା ପରେ ମଧ୍ୟ ଆଜି ସେ ଟପ ଅଭିନେତ୍ରୀ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ହିନ୍ଦୀ ସିନେମାନର ଫେମସ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ସବୁବେଳେ ନିଜ ସୌନ୍ଦର୍ଯ୍ୟରେ ଦର୍ଶକଙ୍କୁ ମୋହିତ କରିଥାଆନ୍ତି । ଆଜି ମଧ୍ୟ ତାଙ୍କର ହଜାର ହଜାର ଦିୱାନା । ସେ ପାଖାପାଖି 70ରୁ ଅଧିକ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ କିଣିସାରିଛନ୍ତି। ଆଜି ବି-ଟାଉନର ଧକ୍ ଧକ୍ ଗାର୍ଲ ମାଧୁରୀ 53ରେ ପଦାର୍ପଣ କରିଛନ୍ତି । ସେ 1967 ମେ 15ରେ ଜନ୍ମ ଗ୍ରହଣ କରିଥିଲେ । ତେବେ ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଆଜିର ଫେମସ ଅଭିନେତ୍ରୀ ରୂପେ ଜଣାଯାଉଥିବା ମାଧୁରୀ କେବେ ଅଭିନେତ୍ରୀ ହେବାକୁ ଚାହୁଁନଥିଲେ । ସେ ମାଇକ୍ରୋ ବାୟୋଲଜିଷ୍ଟ ହେବାର ସ୍ବପ୍ନ ଦେଖିଥିଲେ । ହେଲେ କଥାରେ ଅଛି ନାଁ ଯାହା ଭାଗ୍ୟରେ ଲେଖା ଥାଏ ତାହା ନିହାତି ହୋଇଥାଏ। ପାଠ ପଢା ସହ ସେ କଥକ ନୃତ୍ୟର ପ୍ରଶିକ୍ଷଣ ନେଇଥିଲେ। ସେହି ସମୟରେ କେହି ମଧ୍ୟ ଭାବିନଥିଲେ ଯେ ଏହି ଝିଅ ଏକଦା ବଲିଉଡର ନମ୍ବର ୱାନ ଅଭିନେତ୍ରୀ ସାଜିବେ ବୋଲି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଫିଲ୍ମ କ୍ୟାରିୟର ଆରମ୍ଭ ସମୟରେ ତାଙ୍କୁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ସେ ରାଜଶ୍ରୀ ପ୍ରଡକ୍ସନ ଦ୍ବାରା ନିର୍ମିତ ଫିଲ୍ମ ‘ଅବୋଧ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଯାଇଥିଲା । ଏହାର କିଛି ବର୍ଷ ପରେ ତାଙ୍କୁ ଦର୍ଶକ ମୋହିନୀ ଓ ଧକ୍ ଧକ୍ ଗାର୍ଲ ଆଖ୍ୟା ଦେଇଥିଲେ ।

ଅନେକ ଫ୍ଲପ ଫିଲ୍ମ ଦେବା ପରେ ତାଙ୍କ ହାତରେ ଲାଗିଥିଲା ଏନ ଚନ୍ଦ୍ରାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତେଜାବ’। ଯେଉଁଥିରେ ସେ ଅନିଲ କପୁରଙ୍କ ଅପୋଜିଟ୍ ଅଭିନୟ କରିଥିଲେ। ଏହାପୂର୍ବରୁ ସେ ଅନିଲଙ୍କ ସହ ‘ହିଫାଜତ’ରେ ନଜର ଆସିସାରିଥିଲେ। ହେଲେ ‘ତେଜାବ’ ପ୍ରଥମ ଫିଲ୍ମ ଥିଲା ଯାହା ତାଙ୍କୁ ବଲିଉଡରେ ସ୍ବତନ୍ତ୍ର ସ୍ଥାନ ଯୋଗାଇଥିଲା । ଫିଲ୍ମର ‘ଏକ ଦୋ ତିନ’ ଗୀତ ଆଜି ମଧ୍ୟ ଦର୍ଶକଙ୍କ ଓଠରେ ଶୁଣିବାକୁ ମିଳୁଛି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

‘ତେଜାବ’ ପରେ ମାଧୁରୀଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଥିଲା । ସେ ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିଲେ । ତାଙ୍କ ଅଭିନୀତ ଫିଲ୍ମ ‘ରାମ ଲଖନ’, ‘ପ୍ରେମ ପ୍ରତିଜ୍ଞା’, ‘ତ୍ରିଦେବ’କୁ ଅବା କିଏ ଭୁଲି ପାରିବ। ଏହି ସବୁ ଫିଲ୍ମରେ ମାଧୁରୀଙ୍କ ଭିନ୍ନ ରୂପେ ଦେଖିବାକୁ ପାଇଥିଲେ ଦର୍ଶକ। 12ଟି ଫିଲ୍ମ କରିବା ପରେ ତାଙ୍କୁ ଦୁଇଟି ଫିଲ୍ମ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଫିଲ୍ମ ଫେୟାରେ ନାମିତ କରାଯାଇଥିଲା ।

ଅନେକ ସୁପରହିଟ୍ ଫିଲ୍ମ ଦେବା ପରେ ସେହି ଦିନ ଆସିଥିଲା ଯେବେ ତାଙ୍କୁ ଇନ୍ଦର କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ଦିଲ୍’ରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଫିଲ୍ମରେ ଆମୀର ଖାନଙ୍କ ସହ ତାଙ୍କ ରୋମାନ୍ସ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଥିଲା । ବକ୍ସ ଅଫିସରେ ଫିଲ୍ମଟି ସୁପରଡୁପର ହିଟ୍ ସାବ୍ୟସ୍ତ ହୋଇଥିଲା । ସେହିପରି ମାଧୁରୀଙ୍କୁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଫିଲ୍ମ ‘ବେଟା’ ଓ ‘ଖଳନାୟକ’ ମଝିରେ ମଧ୍ୟ ମାଧୁରୀଙ୍କ ଅନେକ ଫିଲ୍ମ ଫ୍ଲପ ହୋଇଥିଲା । ସେହି ସମୟରେ କିଛି କ୍ରିଟିକ୍ସ କହିଥିଲେ ଯେ ମାଧୁରୀଙ୍କ କ୍ୟାରିୟର ଶେଷ ହେବାରେ ଲାଗିଛି । ଆଉ ଏହାପରେ ତାଙ୍କୁ ମିଳିଥିଲା ରାଜଶ୍ରୀ ପ୍ରଡକ୍ସନ ଫିଲ୍ମ ‘ହମ ଆପକେ ହେ କୌନ’। ଏହି ଫିଲ୍ମ ମାଧୁରୀଙ୍କ ପାଇଁ ନୂଆ ଇତିହାସ ରଚିଥିଲା । ଫିଲ୍ମରେ ସଲମାନ ଖାନଙ୍କ ଅପେକ୍ଷା ମାଧୁରୀଙ୍କୁ ଅଧିକ ଫିସ୍ ଦିଆଯାଇଥିଲା।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ପ୍ରକାଶ ଥାଉକି ବଲିଡ ଅଭିନେତ୍ରୀଙ୍କ ମଧ୍ୟରୁ ମାଧୁରୀ ଏକମାତ୍ର ଅଭିନେତ୍ରୀ ଯିଏ 19ଥର ଫିଲ୍ମଫେୟାର ଆୱାର୍ଡ ପାଇଁ ନାମିତ ହୋଇସାରିଛନ୍ତି । ଏହି କ୍ରମରେ ସେ ଫିଲ୍ମ ‘ଦିଲ’, ‘ବେଟା’, ‘ହମ ଆପକେ ହେ କୌନ’ ଓ ‘ଦିଲ ତୋ ପାଗଲ ହେ’ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ପାଇଁ ଫିଲ୍ମଫେୟାର ଆୱାର୍ଡ ଜିତିଥିଲେ ।

ABOUT THE AUTHOR

...view details