ହାଇଦ୍ରାବାଦ: ବଲିଉଡର କ୍ୟୁଟ କପଲ ରିତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ନିକଟରେ ଜେନେଲିଆ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି ଆପଣ ଆପଣଙ୍କର ହସକୁ ରୋକି ପାରିବେ ନାହିଁ ।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଏକ ଇଭେଣ୍ଟ ସମୟରେ ରିତିଶ ପ୍ରୀତି ଜିଣ୍ଟାଙ୍କୁ ଦେଖି ତାଙ୍କ ହାତରେ କିସ ଦେଉଛନ୍ତି ଏବଂ ତାଙ୍କୁ ଆଲିଙ୍ଗନ କରୁଛନ୍ତି । ଏଥିସହିତ ସେ ତାଙ୍କ ସହ ଦୀର୍ଘ ସମୟ ଧରି ଠିଆ ହୋଇ କଥାବାର୍ତ୍ତା ମଧ୍ୟ କରୁଛନ୍ତି । ହେଲେ ଏହି ସମୟରେ ଜେନେଲିଆ ସେଠାରେ ଠିଆ ହୋଇ ଏସବୁ ଦେଖି ବିରକ୍ତିକର ଏକ୍ସପ୍ରେସନ ଦେଉଥିବାର ଦେଖିବାକୁ ମିଳିଛି ।