ଓଡିଶା

odisha

By

Published : Apr 19, 2020, 8:17 PM IST

ETV Bharat / sitara

ଏହି ଶାନଦାର କିସ୍ ଇମରାନଙ୍କ ହୃଦୟ ସହ ଜଡିତ

ଫିଲ୍ମରେ ନିଜ ଜବରଦସ୍ତ କିସ୍ ପାଇଁ ଫ୍ୟାନ୍ସଙ୍କ ମନ କିଣିଥାଆନ୍ତି ଇମରାନ ହାସମୀ। ହେଲେ ତାଙ୍କ ଶାନଦାର କିସ୍ ବିଷୟରେ ଫ୍ୟାନ୍ସ ଅଜଣା...

_emraan hashmi
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଇମରାନ ହାସମୀ

ମୁମ୍ବାଇ: ବି-ଟାଉନର ସିରିୟଲ କିସର ଇମରାନ ହାସମୀ ବଲିଉଡର ସେହି ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ ଯିଏ ନିଜ ଦମଦାର ଅଭିନୟ ଜରିଆରେ ସବୁବେଳେ ଫ୍ୟାନ୍ସଙ୍କ ମନ କିଣନ୍ତି। କୁହାଯାଏ ଯିଏ ସେ ନିଜ ଦକ୍ଷତାରେ ଫିଲ୍ମକୁ ହିଟ୍ କରାଇଦିଅନ୍ତି। ହେଲେ ସେ ସିରିୟଲ କିସର ରୂପେ ଫିମେଲ ଫ୍ୟାନ୍ସଙ୍କ ମଧ୍ୟରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏବେ ସେ ପୁଣିଥରେ ନିଜ ଶାନଦାର କିସ୍ ବିଷୟରେ ଆଲୋଚନା କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ଏକ ସାକ୍ଷାତକାରରେ ଇମରାନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ତାଙ୍କ ଜୀବନର ସବୁଠାରୁ ଶାନଦାର କିସ୍ କାହାକୁ ମାନନ୍ତି। ଏହାର ଜବାବ ଖୁବ୍ ଇମୋଶନାଲଭରା ଦେଇଥିଲେ ସେ। ଏହି କଥାର ଆଲୋଚନା ତାଙ୍କ ବହି ‘ଦ କିସ ଅଫ ଲାଇଫ’ରେ ମଧ୍ୟ କରାଯାଇଛି । ଖାଲି ଏତିକି ନୁହେଁ ଏହାର ଆଲୋଚନା ଇମରାନ ଏକ ଶୋରେ ମଧ୍ୟ କରିସାରିଛନ୍ତି।

ସେ ଜଣାଇଥିଲେ ଯେବେ ତାଙ୍କ ପୁଅ ଅୟାନ କ୍ୟାନ୍ସର ଯୁଦ୍ଧରେ ଜିତି ତାଙ୍କ ପାଖକୁ ଫେରିଥିଲେ । ସେ ସମୟରେ ତାଙ୍କ ମଥାରେ ଯେଉଁ କିସ ସେ ଦେଇଥିଲା ତାହା ତାଙ୍କ ଜୀବନର ସବୁଠାରୁ ଶାନଦାର କିସ୍ ଥିଲା। ଏପରି ଜିନିଷକୁ ଶବ୍ଦରେ ବ୍ୟକ୍ତ କରିବା ଏତେ ସହଜ ନୁହେଁ ଯେତେ ଏହାର ଅନୁଭବ ହୋଇଥାଏ। ସେ ଏହି ଇମୋଶନାଲ କିସ୍ ଜୀବନରେ କେବେ ଭୁଲିପାରିବେ ନାହିଁ।

ABOUT THE AUTHOR

...view details