ଓଡିଶା

odisha

By

Published : Mar 24, 2020, 11:28 AM IST

ETV Bharat / sitara

ଇମରାନ@41, ସିରିୟଲ କିସର ପତ୍ନୀଙ୍କ ଠୁ ଖାଉଥିଲେ ମାଡ

ଆଜି 41 ବର୍ଷରେ ପଦାର୍ପଣ କଲେ ଫିମେଲ ଫ୍ୟାନ୍ସଙ୍କ ଫେଭରେଟ ଆକ୍ଟର ଇମରାନ ହାସମୀ । ଯିଏ ନିଜ ଦମଦାର ଅଭିନୟ ଜରିଆରେ ଆଜି ସାଜିଛନ୍ତି ଟପ ଆକ୍ଟର ।

_emraan hashmi
ଡିଜାଇନ ଫଟୋ

ମୁମ୍ବାଇ: ବଲିଉଡରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ବି-ଟାଉନର ସିରିୟଲ କିସର ଇମରାନ ହାସମୀଙ୍କ ରୋମାଣ୍ଟିକ ଅନ୍ଦାଜରେ ଆଜି ବି ଫିଦା ଲକ୍ଷ ଲକ୍ଷ ଝିଅ । ଫିଲ୍ମରେ ତାଙ୍କ ରୋମାଣ୍ଟିକ ଆକ୍ଟିଭ ଦେଖିବାକୁ ଖୁବ୍ ପସନ୍ଦ କରନ୍ତି ଫ୍ୟାନ୍ସ । ବଲିଉଡକୁ ନିଜ ଶାନଦାର ଅଭିନୟ ଜରିଆରେ ଅନେକ ହିଟ୍ ଫିଲ୍ମ ସେ ଦେଇସାରିଛନ୍ତି । ଏହି କ୍ରମରେ ସାମିଲ ଅଛି ଫିଲ୍ମ ତୁମସା ନେହିଁ ଦେଖା, ଜହର, ଆଶିକ ବନାୟା ଆପନେ, ଚକଲେଟ, କଲିୟୁଗ ଭଳି ଫିଲ୍ମ । ସିରିୟଲ କିସର ଓ କିସିଂ କିଙ୍ଗ ଉପାଧି ପାଇଥିବା ଇମରାନଙ୍କ ଆଜି 41ତମ ଜନ୍ମଦିନ । ଏହି ଅବସରରେ ଜାଣିବା ତାଙ୍କ କ୍ୟାରିୟର ସହ ସମ୍ପୃକ୍ତ ଥିବା କିଛି ଖାସ୍ କଥା...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ଯାନକ୍ଲବ

କେମିତି ସାଜିଲେ କିସିଂ କିଙ୍ଗ

କିଛି ବର୍ଷ ପୂର୍ବରୁ ଏକ ସାକ୍ଷାତକାରରେ ଇମରାନଙ୍କୁ ଫିଲ୍ମରେ କିସିଂ ସିନ ଉପରେ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ସେ କହିଥିଲେ କି ଫିଲ୍ମରେ କିସିଂ କରିବା ତାଙ୍କର ଆବଶ୍ୟକ ନଥିଲା, ବରଂ କାହାଣୀର ଥିଲା । ସିରିୟଲ କିସର ଟ୍ୟାଗରେ ସେ ମଧ୍ୟ ଖୁସି ନାହାଁନ୍ତି । ଆଉ ତାଙ୍କ ପତ୍ନୀ ମଧ୍ୟ ଏହି ଟ୍ୟାଗକୁ ନେଇ ତାଙ୍କ ଉପରେ ସବୁବେଳେ ରାଗନ୍ତି ।

ପତ୍ନୀଙ୍କଠୁ ମାଡ ଖାଉଥିଲେ

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ଯାନକ୍ଲବ

ଇମରାନ ଏହା ମଧ୍ୟ ଜଣାଇଥିଲେ ଯେ ପରଦାରେ ତାଙ୍କ କିସିଂ ସିନ ଦେଖି ଆଜି ମଧ୍ୟ ପତ୍ନୀ ପରବିନ ସାହନୀ ଆଜି ମଧ୍ୟ ତାଙ୍କ ଉପରେ ରାଗନ୍ତି । ହେଲେ ପୂର୍ବ ପରି ସେ ଜୋରରେ ମାରୁନାହାଁନ୍ତି । କିନ୍ତୁ କିଛି ପୂର୍ବରୁ ସେ ବ୍ୟାଗ ଫିଙ୍ଗି ମତେ ମାରୁଥିଲେ । ଆଉ ଏବେ କେବଳ ହାତର ବ୍ୟବହାର କରୁଛନ୍ତି ମାରିବା ପାଇଁ । ସବୁ ଫିଲ୍ମ ଓ କିସିଂ ସିନ ପାଇଁ ସେ ତାଙ୍କୁ ନୂଆ ବ୍ୟାଗ କିଣି ତାଙ୍କୁ ଦେଉଛି । ବର୍ତ୍ତମାନ ତାଙ୍କର ଗୋଟିଏ ଆଲମାରୀ ବ୍ୟାଗରେ ଭର୍ତ୍ତି ପଡିଛି । ହେଲେ ତାଙ୍କ ପତ୍ନୀ ତାଙ୍କୁ ଖୁବ୍ ପ୍ରେମ ମଧ୍ୟ କରନ୍ତି । ଯାହାପାଇଁ ତାଙ୍କ ବୈବାହିକ ଜୀବନ ସୁଖରେ କଟୁଛି ବୋଲି କହିଥିଲେ ଇମରାନ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ଯାନକ୍ଲବ

ପ୍ରକାଶ ଥାଉକି ବି-ଟାଉନର ନୀଳନୟନା ଐଶ୍ଚର୍ଯ୍ୟା ରାୟ ବଚ୍ଚନଙ୍କ ସହ ଇମରାନଙ୍କ ବିବାଦ ମଧ୍ୟ ହୋଇସାରିଛି । ଦୁଇଜଣଙ୍କ କୋଲ୍ଡୱାର ବିବାଦ ବଲିଉଡରେ ସବୁଠାରୁ ବଡ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏହି ବିବାଦର ଆରମ୍ଭ କରନ ଜୋହରଙ୍କ ଶୋ କଫି ୱିଥ କରନରୁ ହୋଇଥିଲା । ରାପିଡ ଫାୟାର ରାଉଣ୍ଡରେ କରନ, ଐଶଙ୍କ ନାମ ନେବା ମାତ୍ରେ ଇମରାନ ପ୍ଲାଷ୍ଟିକ କହିଥିଲେ । ଏହିକଥା ଐଶଙ୍କୁ ଏତେ ଖରାପ ଲାଗିଥିଲା ଯେ ସେ ଜୀବନରେ କେବେ ମଧ୍ୟ ଇମରାନଙ୍କ ସହ ଫିଲ୍ମ ନକରିବାକୁ ନିଷ୍ପତ୍ତି ନେଇଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ଯାନକ୍ଲବ

ଖାଲି ଏତିକି ନୁହେଁ ଏହି କଥା ପାଇଁ ଇମରାନ ସର୍ବସାଧାରଣରେ କ୍ଷମା ମଧ୍ୟ ମାଗିଥିଲେ । ଇମରାନଙ୍କ କନେକ୍ସନ ବଲିଉଡ ସହ ବହୁ ପୁରୁଣା । ସେ ଷ୍ଟାରକିଡ ନୁହେଁ କିନ୍ତୁ ତାଙ୍କ ସଫଳତାର ବଡ କାରଣ ତାଙ୍କ ଦୁଇ ମାମୁଁ । ବଲିଉଡରେ ଏଣ୍ଟ୍ରି ପାଇଁ ମାମୁଁ ତଥା ନିର୍ମାତା ମହେଶ ଭଟ୍ଟ ଓ ମୁକେଶ ଭଟ୍ଟ ନିଜ କମ୍ପାନୀରେ ସୁଯୋଗ ଦେଇଥିଲେ । ଏହି ହିସାବରେ ଅଭିନେତ୍ରୀ ପୂଜା ଭଟ୍ଟ ଓ ଆଲିୟା ଭଟ୍ଟ, ଇମରାନଙ୍କ କଜନ ହେବେ ।

ABOUT THE AUTHOR

...view details