ମୁମ୍ବାଇ: ମ୍ୟୁଜିକ ଇଣ୍ଡଷ୍ଟ୍ରିରେ କରାଯାଇଥିବା ଭେଦଭାବ ଓ ମାଫିଆଗିରିକୁ ନେଇ ଲୋକପ୍ରିୟ ଗାୟକ ସୋନୁ ନିଗମ ଓ ଦିବ୍ୟା ଖୋସଲା କୁମାରଙ୍କ ବିବାଦ ଥମିବାର ନାଁ ନେଉନାହିଁ । ଏହି କ୍ରମରେ କେବେ ଦିବ୍ୟା ଭିଡିଓ ଅପଲୋଡ କରୁଛନ୍ତି ତ କେବେ ସୋନୁ କଡା ଜବାବ ଦେଇ ଚର୍ଚ୍ଚାରେ ଆସୁଛନ୍ତି । ହେଲେ ଏହି ମାମଲାରେ ଦିବ୍ୟା ଅଧିକ ଟ୍ରୋଲ ହେବାରେ ଲାଗିଛନ୍ତି । ଯାହାର ଜବାବ ବର୍ତ୍ତମାନ ସେ ନିଜର ଏକ ଫଟୋ ସେୟାର କରି ହେଟର୍ସଙ୍କୁ ଦେଇଛନ୍ତି ।
ଦିବ୍ୟା ନିଜର କୁକ ସେରୁଙ୍କ ସହ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସେରୁ ତାଙ୍କ ପାଇଁ ଦହି ଜଲେବି ଆଣିଥିବାର ନଜର ଆସୁଛନ୍ତି । ଆଉ ଜଲେବି ଖାଉଥିବା ସମୟରେ ଦିବ୍ୟା ଫଟୋ କ୍ଲିକ କରିଛନ୍ତି ।