ନୂଆଦିଲ୍ଲୀ: ବଲିଉଡ ଷ୍ଟାର ଅମିତାଭ ବଚ୍ଚନ ଏବଂ ଇମରାନ ହାସମିଙ୍କ ଅଭିନୀତ ମିଷ୍ଟ୍ରି-ଥ୍ରୀଲର ଚଳଚ୍ଚିତ୍ର 'ଚେହେରେ' ଦେଖିବାକୁ ଦୀର୍ଘ ସମୟରୁ ଅପେକ୍ଷା କରିଛନ୍ତି ଦର୍ଶକ ।
ଏବେ ଫିଲ୍ମର ଏକ ମୋସନ ପୋଷ୍ଟର ରିଲିଜ୍ ହୋଇଛି । ଗୁରୁବାର ଫିଲ୍ମର ଟ୍ରେଲର ରିଲିଜ ହେବ।
ଇମରାନ ପୋଷ୍ଟର ସେୟାର କରି ଲେଖିଛନ୍ତି, ଏହି ଦୁନିଆରେ ଏପରି କେହି ଜଣେ ନାହାଁନ୍ତି ଯିଏ ତାଙ୍କ ଜୀବନରେ କୌଣସି ଅପରାଧ କରିନାହାଁନ୍ତି । ଆସନ୍ତାକାଲି 18ରେ ‘ଚେହେରେ’ର ଟ୍ରେଲର ଆସୁଛି । ଏହି ଫିଲ୍ମ ଏପ୍ରିଲ 9 ରେ ପ୍ରେକ୍ଷାଳୟକୁ ଆସିବ ।
ମୋସନ ପୋଷ୍ଟରରେ ଅମିତାଭ ଏବଂ ଇମରାନ ମୁହାଁମୁହିଁ ହୋଇଥିବାର ଦେଖିବାକୁ ମିଳିଛି ।
ନିର୍ଦ୍ଦେଶକ ରୁମି ଜାଫରୀଙ୍କ ଚଳଚ୍ଚିତ୍ରରେ ଅମିତାଭ ଏବଂ ଇମରାନଙ୍କ ବ୍ୟତୀତ ଅନ୍ନୁ କପୁର, କ୍ରିଷ୍ଟଲ ଡି’ସୁଜା, ରଘୁବୀର ଯାଦବ ଏବଂ ସିଦ୍ଧାନ୍ତ କପୁର ମଧ୍ୟ ଅନ୍ୟାନ୍ୟ ଭୂମିକାରେ ଅଭିନୟ କରିଛନ୍ତି ।
ପ୍ରକାଶ ଥାଉ ଯେ, ଏହି ଚଳଚ୍ଚିତ୍ରରେ କ୍ରିଷ୍ଟାଲ୍ ଡି’ସୁଜାଙ୍କ ସହ ରିଆ ଚକ୍ରବର୍ତ୍ତୀ ମଧ୍ୟ ଅଭିନୟ କରିଛନ୍ତି। ତେବେ ପୋଷ୍ଟର କିମ୍ବା ଟିଜରରେ ଏପର୍ଯ୍ୟନ୍ତ ରିଆଙ୍କ କୌଣସି ଝଲକ ଦେଖିବାକୁ ମିଳିନାହିଁ । ତେବେ ନିର୍ମାତାମାନେ ରିଆଙ୍କ ଚରିତ୍ରକୁ ଏପର୍ଯ୍ୟନ୍ତ ପ୍ରକାଶ କରିନାହାଁନ୍ତି ।