ଓଡିଶା

odisha

By

Published : Sep 29, 2020, 7:19 PM IST

ETV Bharat / sitara

ହ୍ୟାସଟ୍ୟାଗ ଗ୍ୟାଙ୍ଗରେପ୍: ହାଥରସ ପୀଡିତାଙ୍କ ପାଇଁ ନ୍ୟାୟ ମାଗିଲା ବଲିଉଡ

ଉତ୍ତରପ୍ରଦେଶର ହାଥରସରେ ଗଣଦୁଷ୍କର୍ମ ପୀଡିତାଙ୍କ ମଙ୍ଗଳବାର ଦିନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ଘଟିଛି । ଏହି ଘଟଣାରେ ବଲିଉଡ ତାରକାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଭିନେତ୍ରୀ କଙ୍ଗନା, ସ୍ବରା ଏବଂ ରିଚାଙ୍କ ସମେତ ଅନେକ ସେଲିବ୍ରିଟି ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦାବି କରିଛନ୍ତି । ଅଧିକ ପଢନ୍ତୁ...

bollywood celebs demand justice for hathras victim
ହ୍ୟାସଟ୍ୟାଗ ଗ୍ୟାଙ୍ଗରେପ୍: ପୀଡିତାଙ୍କ ପାଇଁ ନ୍ୟାୟ ମାଗିଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ: ୟୁପିର ହାଥରସରେ ଗଣଦୁଷ୍କର୍ମର ଶିକାର ହୋଇଥିବା 19 ବର୍ଷୀୟ ପୀଡିତାର ଆଜି ଦିଲ୍ଲୀର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ସେପ୍ଟେମ୍ବର 14 ରେ ଚାରି ଜଣ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । 15 ଦିନ ଧରି ଜୀବନ ଏବଂ ମୃତ୍ୟୁ ସଂଗ୍ରାମ ମଧ୍ୟରେ ପୀଡିତାଙ୍କ ଆଜି ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ମୃତ୍ୟୁ ଘଟିଛି ।

ଏହି ଘଟଣାରେ ବଲିଉଡ ତାରକାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଭିନେତ୍ରୀ କଙ୍ଗନା, ସ୍ବରା ଏବଂ ରିଚାଙ୍କ ସମେତ ଅନେକ ସେଲିବ୍ରିଟି ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଅଭିଯୁକ୍ତଙ୍କ କଠୋର ଦଣ୍ଡ ଦାବି କରିଛନ୍ତି ।

କଙ୍ଗନା ଟ୍ବିଟ୍ କରି କହିଛନ୍ତି, 'ଏହି ଦୁଷ୍କର୍ମକାରୀଙ୍କୁ ସର୍ବସାଧାରଣରେ ଗୁଳି କରାଯିବା ଉଚିତ୍, ଝିଅମାନେ ଏହି ଦେଶରେ କେବେ ସୁରକ୍ଷିତ ରହିବେ? ଲଜ୍ଜାଜନକ ।

ଅଭିନେତା ଅକ୍ଷୟ କୁମାର ଟ୍ବିଟ୍ କରି କହିଛନ୍ତି, କ୍ରୋଧିତ ଏବଂ ନିରାଶ । ହ୍ୟାସଟ୍ୟାଗ ଗ୍ୟାଙ୍ଗରେପ୍ । ଏହା କେବେ ବନ୍ଦ ହେବ? ଅପରାଧୀଙ୍କୁ ଫାଶୀ ଦିଅନ୍ତୁ । ଝିଅ ଏବଂ ଭଉଣୀଙ୍କୁ ସୁରକ୍ଷା ଦେବା ପାଇଁ ସ୍ବର ଉତ୍ତୋଳନ କରନ୍ତୁ ।

ସ୍ବରା ଭାସ୍କର ଟୁଇଟ୍ କରି କହିଛନ୍ତି, ଅତ୍ୟଧିକ ଘୃଣ୍ୟ, ହ୍ୟାସଟ୍ୟାଗ ଗ୍ୟାଙ୍ଗରେପ୍ । ଲଜ୍ଜାଜନକ ।

ରିଚା ଚଢା ଲେଖିଛନ୍ତି, ଆମକୁ ଏକାଠି ସ୍ବର ଉତ୍ତୋଳନ କରିବାକୁ ପଡିବ, ଏକ ସମାଜ ଗଠନ କରିବାକୁ ହେବ ଯେଉଁଠାରେ ଝିଅମାନେ ମୁଣ୍ତ ଉଠାଇ ବଞ୍ଚିପାରିବେ ।

କ୍ରିତି ସାନନ୍, ଫରହାନ୍ ଅଖତର ଏବଂ ୟାମି ଗୌତମ ମଧ୍ୟ ଟ୍ବିଟ୍ କରି ନିଜର କ୍ରୋଧ ପ୍ରକାଶ କରିଛନ୍ତି ।

ପୀଡିତା ପୋଲିସ ନିକଟରେ ଏକ ବୟାନ ଦେଇଛନ୍ତି । ଝିଅଟିର ବୟାନ ଅନୁଯାୟୀ, ଗାଁର ଚାରିଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏହି ଘୃଣ୍ୟ ଘଟଣା 14 ସେପ୍ଟେମ୍ବରରେ ଘଟିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details