ଓଡିଶା

odisha

ଗଲେନି ମାଳଦୀପ, ସ୍ବାମୀଙ୍କ ସହ ଘରେ କେକ୍‌ କାଟିଲେ ବିପାଶା

By

Published : Jan 7, 2022, 10:57 PM IST

ବଲିଉଡ ଅଭିନେତ୍ରୀ ବିପାଶା ବସୁଙ୍କର ଆଜି ଜନ୍ମଦିନ । ଏହି ଅବସରରେ ବିପାଶାଙ୍କ ସ୍ବାମୀ ତଥା ଅଭିନେତା କରଣ ସିଂହ ଗ୍ରୋଭର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ଗଲେନି ମାଳଦୀପ, ସ୍ବାମୀଙ୍କ ସହ ଘରେ କେକ୍‌ କାଟିଲେ ବିପାଶା
ଗଲେନି ମାଳଦୀପ, ସ୍ବାମୀଙ୍କ ସହ ଘରେ କେକ୍‌ କାଟିଲେ ବିପାଶା

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ବିପାଶା ବସୁଙ୍କର ଆଜି ଜନ୍ମଦିନ । ୧୯୭୯ ମସିହା ଜାନୁଆରୀ ୭ ତାରିଖରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ବିପାଶା ୪୨ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ବିପାଶାଙ୍କ ସ୍ବାମୀ ତଥା ଅଭିନେତା କରଣ ସିଂହ ଗ୍ରୋଭର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ବିପାଶା ନିଜ ଜନ୍ମଦିନ ପାଇଁ ଏକ ଖାସ୍‌ ପ୍ଲାନ କରିଥିଲେ । ମାତ୍ର କୋରୋନା ଯୋଗୁ ସବୁ ଫସର ଫାଟିଗଲା ବୋଲି ବିପାଶା କହିଛନ୍ତି ।

ବିପାଶା ବାର୍ଥ ଡେ' ସେଲିବ୍ରେସନର କିଛି ଝଲକ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ବିପାଶା ସ୍ବାମୀ କରଣ ସିଂହ ଗ୍ରୋଭରଙ୍କ ସହ ଫୁଲ୍ ମସ୍ତି ଏବଂ କେକ୍‌ କାଟୁଥିବାର ନଜର ଆସିଛି ।

ବାର୍ଥ ଡେ' ପ୍ଲାନ ସମ୍ପର୍କରେ ଏକ ଗଣମାଧ୍ୟମ ଚ୍ୟାନେଲକୁ ବିପାଶା କହିଛନ୍ତି ଯେ, ସ୍ବାମୀ କରଣ ସିଂହ ଗ୍ରୋଭରଙ୍କ ସହ ମାଳଦୀପ ଯିବାର ଯୋଜନା ଥିଲା । କିନ୍ତୁ କୋଭିଡ-୧୯ ଯୋଗୁଁ ଯୋଜନା ସବୁ ଯୋଜନାରେ ହିଁ ରହିଗଲା । ଏବେ ଦମ୍ପତ୍ତି ଘରେ ହିଁ ଏହି ଖାସ ଦିନକୁ ଉପଭୋଗ କରୁଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details