ଓଡିଶା

odisha

By

Published : Feb 23, 2020, 11:12 PM IST

ETV Bharat / sitara

ଶ୍ୱେତାଙ୍କ ପାଇଁ ଇମୋସନାଲ ପୋଷ୍ଟ ସେୟାର କଲେ ବିଗ ବି

'ବିଗ୍‌ ବି'ଙ୍କ ଝିଅ ଶ୍ୱେତା ତାଙ୍କର ଫ୍ୟାଶନ ବ୍ରାଣ୍ଡ 'ଏମଏକ୍ସଏସ' ର ପ୍ରଥମ ଫ୍ୟାଶନ ଶୋ ଆୟୋଜନ କରିଥିଲେ । ଯାହାପାଇଁ 'ବିଗ୍‌ ବି' ଭାବବିହ୍ବଳ ହୋଇପଡିଥିଲେ । ଆହୁରି ପଢନ୍ତୁ....

Big B writen a emmostional story for her daughter
'ବିଗ୍‌ ବି' ସ୍ବେତା ପାଇଁ ଲେଖିଲେ ଇମୋସନାଲ ପୋଷ୍ଟ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ତାଙ୍କର ଫ୍ୟାଶନ ବ୍ରାଣ୍ଡ 'ଏମଏକ୍ସଏସ'ର ପ୍ରଥମ ଫ୍ୟାଶନ ଶୋ ଆୟୋଜନ କରିଥିଲେ । ଯାହାପାଇଁ 'ବିଗ୍‌ ବି' ଭାବବିହ୍ବଳ ହୋଇପଡିଛନ୍ତି ।

'ବିଗ୍‌ ବି' ରବିବାର ଦିନ ତାଙ୍କର ସୋସିଆଲ ମିଡିଆରେ ଶ୍ୱେତାଙ୍କ ପାଇଁ ଏକ ପୋଷ୍ଟ ସେୟାର କରି ଇମୋସନାଲ କ୍ୟାପସନ ସହିତ ଫଟୋ ପୋଷ୍ଟ କରିଥିଲେ ।

ଏହାସହ ସେ ଫ୍ୟାଶନ ଶୋ ରୁ ମଧ୍ୟ କିଛି ଫଟୋ ଅପଲୋଡ କରିଥିଲେ ଯେଉଁଥରେ ଶ୍ୱେତାଙ୍କ ଆଖିରେ ଲୁହ ନଜର ଆସୁଥିଲା । ଶ୍ୱେତା ଫ୍ୟାଶନ ଶୋରେ ଡେନିମ ଜ୍ୟାକେଟ ପିନ୍ଧି ତାଙ୍କ ବାପାଙ୍କ ଫଟୋ ସହ ନିଜର ଉପସ୍ଥିତି ଆଙ୍କିଥିଲେ । ଏହି ଶୋ କୁ ଶ୍ୱେତା ଡିଜାଇନର ମନିଷା ଜୟୀସିଂହଙ୍କ ସହ ମିଶିକି 'ଏମ ଏକ୍ସ ଏସ'କୁ ସମ୍ଭାଳି ଥିଲେ।

ଆଗାମି ଦିନରେ ଅମିତାଭ ବଚ୍ଚନ 'ଚେହେରେ', 'ବ୍ରହ୍ମାସ୍ତ୍ର','ଝୁଣ୍ଡ', 'ଗୁଲାବୋ-ସିତାବୋ' ଭଳି4 ଗୋଟି ଫିଲ୍ମରେ ନଜର ଆସିବେ । ଫିଲ୍ମ 'ଚେହେରେ' ରେ ଅମିତାଭ ବଚ୍ଚନ ଇମ୍ରରାନ ହାସିମ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ।'ବ୍ରହ୍ମାସ୍ତ୍ର'ରେ 'ବିଗ୍‌ ବି' ଆଲିୟା ଭଟ୍ଟ ଏବଂ ରଣବିର କପୁରଙ୍କ ସହ ନଜର ଆସିବେ । ଏହାସହ ଫିଲ୍ମ 'ଗୁଲାବୋ-ସିତାବୋ'ରେ ଅମିତାଭ ବଚ୍ଚନ, ଆୟୁଷ୍ମାନଙ୍କ ସହ ନଜର ଆସିବେ ।

ABOUT THE AUTHOR

...view details