ଓଡିଶା

odisha

By

Published : Jul 19, 2020, 5:45 PM IST

ETV Bharat / sitara

ଭୋଜପୁରୀ ଫିଲ୍ମ 'ଦୋସ୍ତାନା'ର ଟ୍ରେଲର ଆଉଟ

ଭୋଜପୁରୀ ଚଳଚ୍ଚିତ୍ର 'ଦୋସ୍ତାନା'ର ଟ୍ରେଲର ରିଲିଜ ହୋଇସାରିଛି । ଟ୍ରେଲର ଅନୁଯାୟୀ ଏହି ଚଳଚ୍ଚିତ୍ରଟି ବହୁତ ପ୍ରଭାବଶାଳୀ ଦେଖାଯାଉଛି । ଅଭଧେଶ ମିଶ୍ର ଏବଂ ପ୍ରଦୀପ ପାଣ୍ଡେ ଚିଣ୍ଟୁଙ୍କ ଯୋଡି ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ । ଅଧିକ ପଢନ୍ତୁ...

bhojpuri film dostana trailer released
ଭୋଜପୁରୀ ଫିଲ୍ମ 'ଦୋସ୍ତାନା'ର ଟ୍ରେଲର ଆଉଟ

ମୁମ୍ବାଇ: ଭୋଜପୁରୀ ଫିଲ୍ମ 'ଦୋସ୍ତାନା'ର ଟ୍ରେଲର ରିଲିଜ ହୋଇସାରିଛି । ଏହି ଚଳଚ୍ଚିତ୍ରରେ ପ୍ରଦିପ ପାଣ୍ଡେ ଚିଣ୍ଟୁ, ଅଭଧେଶ ମିଶ୍ର ଏବଂ କାଜଲ ରାଘବାନୀଙ୍କ ଭଳି କଳାକାରମାନଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ ।

ପରାଗ ପାଟିଲ ଏହି ଚଳଚ୍ଚିତ୍ର ମାଧ୍ୟମରେ ଦେଶର ଦୁର୍ନୀତିଗ୍ରସ୍ତ ମେଡିକାଲ ସିଷ୍ଟମର ଖୁଲାସା କରିଛନ୍ତି । ଟ୍ରେଲର ଅନୁଯାୟୀ ଏହି ଚଳଚ୍ଚିତ୍ରଟି ବହୁତ ପ୍ରଭାବଶାଳୀ ଦେଖାଯାଉଛି ।

ଫିଲ୍ମରେ ଅଭଧେଶ ମିଶ୍ର ଏବଂ ପ୍ରଦୀପ ପାଣ୍ଡେ ଚିଣ୍ଟୁଙ୍କ ଯୋଡି ଅତ୍ୟନ୍ତ ସ୍ୱତନ୍ତ୍ର ଅଟେ ।

ୟସି ଫିଲ୍ମସର ଅଭୟ ସିହ୍ନା ଏବଂ ଚନ୍ଦ୍ରବର୍ଷା ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ ଫିଲ୍ମ 'ଦୋସ୍ତାନା' ର ନିର୍ମାଣ ୱାର୍ଲ୍ଡ ୱାଇଡ୍ ଫିଲ୍ମ ପ୍ରଡକ୍ସନ୍ସର ବ୍ୟାନରରେ ଉପସ୍ଥାପନ କରାଯାଇଛି । ଏହି ଚଳଚ୍ଚିତ୍ରଟି ପ୍ରଦିପ ସିଂ ଏବଂ ପ୍ରତୀକ ସିଂଙ୍କ ଦ୍ୱାରା ନିର୍ମିତ ।

ଫିଲ୍ମର ନିର୍ମାତା କହିଛନ୍ତି, ଏହି ଫିଲ୍ମ ଭୋଜପୁରୀ ଇଣ୍ତଷ୍ଟ୍ରିରେ ଏକ ମହାନ ଚଳଚ୍ଚିତ୍ର ବୋଲି ପ୍ରମାଣିତ ହେବ । ଏଥିରେ ମନୋରଞ୍ଜନ ସହିତ ଦେଶର ଦୁର୍ନୀତିଗ୍ରସ୍ତ ମେଡିକାଲ ସିଷ୍ଟମର ଖୁଲାସା କରାଯାଇଛି । ଟ୍ରେଲରରେ ଏହାର ଝଲକ ସ୍ପଷ୍ଟ ଅନୁଭବ କରିପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details