ଓଡିଶା

odisha

ବଲିଉଡରେ 10 ବର୍ଷ, ଫ୍ୟାନ୍ସଙ୍କ ଭିଡିଓ ଦେଖି ଇମୋସନାଲ ରଣଭୀର

By

Published : Dec 13, 2020, 8:05 PM IST

ବଲିଉଡରେ 10 ବର୍ଷ ପୂରଣ କରିଛନ୍ତି ରଣଭୀର ସିଂ । ଏହି ବିଶେଷ ଉତ୍ସବକୁ ଅଧିକ ସ୍ବତନ୍ତ୍ର କରିବା ପାଇଁ ତାଙ୍କ ପ୍ୟାନ୍ସ ଏକ ମ୍ୟୁଜିକ୍ ଭିଡିଓ ପ୍ରସ୍ତୁତ କରିଛନ୍ତି । ଯାହାକୁ ଦେଖି ରଣଭୀର ଭାବପ୍ରବଣ ହୋଇଯାଇଥିଲେ। ଅଧିକ ପଢନ୍ତୁ...

Bahut Bhaari! Ranveer tears up watching music video dedicated by fans
ବଲିଉଡରେ 10 ବର୍ଷ, ଫ୍ୟାନ୍ସଙ୍କ ଭିଡିଓ ଦେଖି ଇମୋସନାଲ ହେଲେ ରଣଭୀର

ହାଇଦ୍ରାବାଦ: ବଲିଉଡର ପାୱାର ହାଉସ ରଣବୀର ସିଂ କଡା ପରିଶ୍ରମ କରି ଆଜି ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ । ତାଙ୍କ ଅଭିନୟ, ଡାଇଲଗ ଡେଲିଭରି ସବୁବେଳେ ଭିନ୍ନ ଅନୁଭବ କରାଇ । ଅନେକ ଦିନ ସଂଘର୍ଷ ପରେ ଆଜି ସେ ବଲିଉଡର ଟପ ଅଭିନେତା ସାଜିଛନ୍ତି । ଶୁକ୍ରବାର ସେ ବଲିଉଡରେ 10 ବର୍ଷ ପୂରଣ କରିଛନ୍ତି । ଯାହାକୁ ନେଇ ତାଙ୍କ ଖୁସି ନକହିଲେ ସରେ ।

ବଲିଉଡର ବାଜିରାଓ ରଣଭୀର ସିଂଙ୍କ ବଲିଉଡରେ 10 ବର୍ଷ ପୁରଣ କରିବା ଅବସରରେ ତାଙ୍କ ପ୍ୟାନ୍ସ ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ।

ନିକଟରେ ରଣଭୀର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ପ୍ରଶଂସକଙ୍କ ଦ୍ବାରା ପ୍ରସ୍ତୁତ ଭିଡିଓକୁ ବହୁ ଆନନ୍ଦର ସହ ଦେଖୁଛନ୍ତି ।

ଫ୍ୟାନ୍ସ ରଣଭୀର ଗୀତଗୁଡ଼ିକରେ ତାଙ୍କର ଫେମସ ଡ୍ୟାନ୍ସ ଷ୍ଟେପ କରିଛନ୍ତି । ଭିଡିଓ ଦେଖିବା ପରେ ରଣଭୀର ଭାବପ୍ରବଣ ହୋଇଯାଇଥିଲେ ଏବଂ ତାଙ୍କ ଆଖିରେ ଲୁହ ମଧ୍ୟ ଦେଖିବାକୁ ମିଳିଥିଲା ।

ପ୍ରଶଂସକଙ୍କ ଭଲପାଇବା ଦେଖି ରଣଭୀର ଇନଷ୍ଟାଗ୍ରାମରେ ଲେଖିଛନ୍ତି, "ମୋର ପ୍ରିୟ ପ୍ରଶଂସକମାନେ ମୋ ପାଇଁ ଭିଡିଓ ପ୍ରସ୍ତୁତ କରିଛନ୍ତି । ସର୍ବଶ୍ରେଷ୍ଠ ଉପହାର । ମୋତେ ଏତେ ସ୍ପେଶାଲ ଫିଲ୍ କରାଇଥିବାରୁ ଧନ୍ୟବାଦ ... ରଣଭୀର!"

ରଣଭୀର ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ଯେଉଁଥରେ ଅନୁଷ୍କା ଶର୍ମା ମଧ୍ୟ ନଜର ଆସିଥିଲେ।

ବଲିଉଡରେ ରଣବୀର ତାଙ୍କର 10 ବର୍ଷ ଯାତ୍ରା ମଧ୍ୟରେ 'ରାମ-ଲୀଲା', 'ଦିଲ୍ ଧଡକନେ ଦୋ', 'ବାଜିରାଓ ମସ୍ତାନୀ', 'ପଦ୍ମାବତ', 'ଗଲି ବୟ' ଏବଂ 'ସିମ୍ବା' ଭଳି ଅନେକ ହିଟ୍ ପିଲ୍ମ ଦେଇଛନ୍ତି ।

ଆଗାମୀ ସମୟରେ,ରଣଭୀର '83',ଏବଂ 'ସର୍କସ' ଭଳି ଫିଲ୍ମରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details