ଓଡିଶା

odisha

By

Published : Mar 31, 2021, 3:55 PM IST

ETV Bharat / sitara

‘ଦୋବାରା’ର ସୁଟିଂ ସାରିଲେ ଅନୁରାଗ

ପୁଣିଥରେ ଅନୁରାଗଙ୍କ ଫିଲ୍ମରେ ନଜର ଆସିବେ ତାପସୀ । ଏବେ ଅନୁରାଗ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦୋବାରା’ର ସୁଟିଂ ଶେଷ କରିଛନ୍ତି, ସେ ନିଜେ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ...

anurag-kashyap-completes-shoot-of-do-baaraa
‘ଦୋବାରା’ର ସୁଟିଂ ସାରିଲେ ଅନୁରାଗ

ମୁମ୍ବାଇ: ପୁଣିଥରେ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ଫିଲ୍ମରେ ନଜର ଆସିବେ ବଲିଉଡ ଅଭିନେତ୍ରୀ ତାପସୀ । ମଙ୍ଗଳବାର ଦିନ ଅନୁରାଗ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦୋବାରା’ର ସୁଟିଂ ଶେଷ କରିଛନ୍ତି, ସେ ନିଜେ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଛନ୍ତି। ଏହି ଫିଲ୍ମରେ ତାପସୀଙ୍କ ସହ ତାଙ୍କର 'ଥାପଡ୍' ର କୋ-ଷ୍ଟାର ପାବେଲ ଗୁଲାଟି ମଧ୍ୟ ଅଛନ୍ତି।

ଇନଷ୍ଟାଗ୍ରାମରେ ଅନେକ ଫଟୋ ଅପଲୋଡ୍ କରି କଶ୍ୟପ ଏହି ସୂଚନା ଦେଇଛନ୍ତି।

ଫଟୋ ସହିତ କ୍ୟାପସନରେ ଅନୁରାଗ ଲେଖିଥିଲେ, 'ଏବେ ଏହା ସମାପ୍ତ ହୋଇଛି ...' ।

ଏହି ପୋଷ୍ଟକୁ ଚଳଚ୍ଚିତ୍ର ନିର୍ମାତା ତାଙ୍କ କଳାକାର ଏବଂ କ୍ରୁ ସଦସ୍ୟମାନଙ୍କୁ ଟ୍ୟାଗ୍ କରିଛନ୍ତି।

ପ୍ରକାଶ ଥାଉ କି, ଏହା ହେଉଛି ଏକ ଥ୍ରିଲର ଫିଲ୍ମ । ଯାହା ଭିନ୍ନ ଧରଣର ହେବାକୁ ଯାଉଛି । କାରଣ ଏହାର ନିର୍ଦ୍ଦେଶନା ଅନୁରାଗ ଦେଇଥିବା ବେଳେ ଏକତା କପୁର ଏହାର ପ୍ରଯୋଜନା କରୁଛନ୍ତି ।

ABOUT THE AUTHOR

...view details