ଓଡିଶା

odisha

By

Published : Mar 11, 2020, 5:44 PM IST

ETV Bharat / sitara

ତେରି "ଲାଡକି"ରେ ଭାବୁକ କରୀନା ଓ ଇରଫାନ, ଦେଖନ୍ତୁ

ଆଜି ମୁକ୍ତିଲାଭ କରିଥିବା "ଲାଡକି" ଗୀତରେ ଜଣେ ପିତା ଏବଂ ତାଙ୍କ ଝିଅ ମଧ୍ୟରେ ଏକ ହୃଦୟସ୍ପର୍ଶୀ ପ୍ରେମ ଚିତ୍ରିତ ହୋଇଛି । ଏହି ଗୀତରେ କରୀନା କପୁର ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଆହୁରି ପଢନ୍ତୁ...

Angrezi Medium new song Laadki will prod your heart
ମୁକ୍ତିଲାଭ କଲା ଅଙ୍ଗ୍ରେଜି ମିଡିୟମ ନୂତନ ଗୀତ "ଲାଡକି"

ମୁମ୍ବାଇ: ଇରଫାନ ଖାନଙ୍କ ଅଙ୍ଗ୍ରେଜି ମିଡିୟମର ଆଉ ଏକ ଗୀତ ରିଲିଜ ହୋଇଛି । "ଲାଡକି" ଗୀତରେ ଜଣେ ପିତା ଏବଂ ଝିଅ ମଧ୍ୟରେ ଥିବା ଅବିସ୍ମରଣୀୟ ପ୍ରେମ ସମ୍ପର୍କର କାହାଣୀ କୁହାଯାଇଛି । ଏହି ଭିଡିଓଟିରେ କରୀନା କପୁର ଖାନ ଏକ କୋମଳ ଶଯ୍ୟା ଉପରେ ବୁଲୁଥିବାର ଦେଖିବାକୁ ମିଳିଛି ।

ଗୀତରେ କରୀନା ଏକ ଧଳା ରଙ୍ଗର ପୋଷାକ ପିନ୍ଧି ତାଙ୍କ ଭାବନାରେ ବୁଡ଼ି ବସିଥିବାର ନଜର ଆସିଛନ୍ତି । ଏହାସହ ଇରଫାନ ଖାନ ଏବଂ ରାଧିକା ମଦାନଙ୍କ ଅନେକ ଭାବପ୍ରବଣ ମୂହୁର୍ତ୍ତ ମଧ୍ୟ ଦୃଶ୍ୟମାନ ହୋଇଛି ।

ବୁଧବାର ଦିନ ଅଙ୍ଗ୍ରେଜି ମିଡିୟମର ନିର୍ମାତା ଏହି ଖବର ଘୋଷଣା କରି ଏହାର ଅଫିସିଆଲ ଟ୍ବିଟରରେ ଲେଖିଛନ୍ତି, "ମାରି ଲାଡକି ଥାନେ, ଖାମା ଘାନି"। ଏହି ଗୀତଟି ପ୍ରିୟା ସାରାଇୟାଙ୍କ ଦ୍ବାରା ଲେଖାଯାଇଛି । ମାର୍ଚ୍ଚ 13, 2020 ରେ ରିଲିଜ ହେବ ଅଙ୍ଗ୍ରେଜି ମିଡିଅମ ।

ହୋମି ଅଦାଜାନିଆଙ୍କ ଦ୍ବାରା ନିର୍ଦ୍ଦେଶିତ ଆଙ୍ଗ୍ରେଜି ମିଡିୟମ୍ ହେଉଛି 2017 କମେଡି "ହିନ୍ଦୀ ମିଡିୟମ"ର ସିକ୍ବେଲ । ଏହି ଚଳଚ୍ଚିତ୍ରରେ ରାଧିକା ମଦନ, ଡିମ୍ପଲ୍ କପାଡିଆ, ରଣଭୀର ଶୋରେ, ପଙ୍କଜ ତ୍ରିପାଠୀ, କିକୁ ଶାରଦା, ମନୁ ଋିଷି, ଜାକିର ହୁସେନ, ମେଘନା ମଲ୍ଲିକ ଏବଂ ମନୀଷ ଗାନ୍ଧୀ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details