ନୂଆଦିଲ୍ଲୀ: ଆଜି ବଲିଉଡର ଜଣାଶୁଣା ଅଭିନେତ୍ରୀ ନେହା ଧୁପିଆ ନିଜର ଜନ୍ମଦିନ ପାଳନ କରୁଛନ୍ତି । ଲକଡାଉନ ଚାଲିଥିବା ଯୋଗୁଁ ସ୍ୱାମୀ ଅଙ୍ଗଦ ବେଦୀ ଏବଂ ଝିଅ ମେହେରଙ୍କ ସହ ନେହା ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି ।
ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁତ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।
ଏହି ଅବସରରେ ଅଙ୍ଗଦ ମଧ୍ୟ ଏକ ଖାସ ଅନ୍ଦାଜରେ ନେହାଙ୍କୁ ବର୍ଥଡେ ଓ୍ବିଶ କରିଛନ୍ତି ।
ଆଜି ଅଙ୍ଗଦ ଇଷ୍ଟାଗ୍ରାମରେ ନେହାଙ୍କ ଦୁଇଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଅଙ୍ଗଦ ନେହାଙ୍କ ସହ କ୍ୟାମେରା ଆଗରେ ପୋଜ୍ କରୁଥିବାର ଦେଖିବାକୁ ମିଳିଥିଲା ।