ନୂଆଦିଲ୍ଲୀ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଟାଇଗର ଶ୍ରଫଙ୍କ ସହ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର- ୨’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ଅନନ୍ୟାଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ।
କହିବାକୁ ଗଲେ, ଅନନ୍ୟା ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ । ସେ ସର୍ବଦା ନିଜର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।
ନିକଟରେ, 'ପତି ପତ୍ନୀ ଅର ଓ୍ବ' ଅଭିନେତ୍ରୀ ଅନନ୍ୟା ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର କିଛି ଗ୍ଲାମରସ ଫଟୋ ସେୟାର କରିଛନ୍ତି । ଏବେ ଅନନ୍ୟାଙ୍କ ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ଫଟୋଗୁଡ଼ିକରେ ଅନନ୍ୟା ଏକ ନୀଳ ରଙ୍ଗର ଗାଉନ୍ ପିନ୍ଧି ବହୁତ ସୁନ୍ଦର ଦେଖାଯାଇଛନ୍ତି ।