ଓଡିଶା

odisha

By

Published : Feb 8, 2021, 7:12 PM IST

ETV Bharat / sitara

ଆନ୍ଦୋଳନରତ ଚାଷୀଙ୍କୁ ଆତଙ୍କବାଦୀ କହି ଫସିଲେ କୁଇନ

ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କୁ ଆତଙ୍କବାଦୀ ସମ୍ବୋଧନ କରି ବିବାଦରେ କୁଇନ । କଙ୍ଗନାଙ୍କ ବିରୋଧରେ କର୍ଣ୍ଣାଟକର ଜଣେ ଆଇନଜୀବୀ ଏତଲା ରୁଜୁ କରିଛନ୍ତି । ଅଧିକ ପଢନ୍ତୁ...

An Advocate Files Complaint against Kangana Ranaut in Belagavi
ଚାଷୀଙ୍କୁ ଆତଙ୍କବାଦୀ ସମ୍ବୋଧନ କରିବାରୁ କଙ୍ଗନାଙ୍କ ବିରୋଧରେ ମାମଲା

ବେଙ୍ଗାଲୁରୁ:ସବୁବେଳେ ବିବାଦରେ ରହୁଥିବା କଙ୍ଗନା ପୁଣି ନିଜ ବୟାନକୁ ନେଇ ଚର୍ଚ୍ଚାରେ ଆସିଛନ୍ତି । ଏଥର ସେ ଆନ୍ଦୋଳନରତ ଚାଷୀଙ୍କୁ ଆତଙ୍କବାଦୀ କହି ବିବାଦ ଘେରକୁ ଟାଣି ହୋଇ ଆସିଛନ୍ତି । ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଆତଙ୍କବାଦୀ ସମ୍ବୋଧନ କରିବା ସହିତ ଘୃଣାଭାବ ବ୍ୟାପକ କରୁଥିବା ଅଭିଯୋଗ ହୋଇଛି ତାଙ୍କ ନାଁରେ । ଏଥିଲାଗି କର୍ଣ୍ଣାଟକ ବେଲାଗଭୀ ଅଞ୍ଚଳର ଜଣେ ଆଇନଜୀବୀ ତାଙ୍କ ବିରୋଧରେ ଏତଲା ଦେଇଛନ୍ତି ।

ଚାଷୀଙ୍କୁ ଆତଙ୍କବାଦୀ ସମ୍ବୋଧନ କରିବାରୁ କଙ୍ଗନାଙ୍କ ବିରୋଧରେ ମାମଲା

ବେଲାଗଭୀ ଅଞ୍ଚଳର ଆଇନଜୀବୀ ହର୍ଷ ବର୍ଦ୍ଧନ ପାଟିଲ ତିଲାକଭାଡୀ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ଯାଞ୍ଚ କରିବା ପରେ ମାମଲା ରୁଜୁ କରିବେ ବୋଲି ପୋଲିସ କହିଛି । ହର୍ଷ ବର୍ଦ୍ଧନ 24 ଘଣ୍ଟା ମଧ୍ୟରେ ଆଇପିସି ଧାରା 153, 153(ଏ), 503, 504, 505(1), 505(ବି), 505(ସି), 505(2), 506 ଅନୁସାରେ ମାମଲା ରୁଜୁ କରିବାକୁ ଦାବି କରିଛି ।

ତିଲାକଭାଡୀ ପୋଲିସ ଷ୍ଟେସନରେ ମାମଲା ରୁଜୁ ନ କରାଗଲେ କଙ୍ଗନାଙ୍କ ବିରୋଧରେ କୋର୍ଟରେ ଅଭିଯୋଗ କରାଯିବ ବୋଲି ଆଇନଜୀବୀ ହର୍ଷ କହିଛନ୍ତି । ଏହାସହିତ କଙ୍ଗନାଙ୍କ ଅଫିସିଆଲ ଟ୍ବିଟର ଆକାଉଣ୍ଟକୁ ବ୍ୟାନ କରିବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details