ଓଡିଶା

odisha

By

Published : Mar 3, 2021, 10:18 AM IST

ETV Bharat / sitara

‘ତାଣ୍ଡବ’ ସିରିଜ ବିବାଦ: କ୍ଷମା ମାଗିଲା ଆମାଜନ ପ୍ରାଇମ ଭିଡିଓ

ନିକଟରେ ରିଲିଜ ହୋଇଥିବା ‘ତାଣ୍ଡବ’ ସିରିଜ ଉପରେ ଧାର୍ମିକ ଭାବନାକୁ ଆହତ ପହଞ୍ଚାଇବା ଅଭିଯୋଗ । ଅନେକ ସମାଲୋଚନା ପରେ କ୍ଷମା ମାଗିଲେ ନିର୍ଦ୍ଦେଶକ । ଅଧିକ ପଢନ୍ତୁ...

‘ତାଣ୍ଡବ’ ସିରିଜ ବିବାଦ
‘ତାଣ୍ଡବ’ ସିରିଜ ବିବାଦ

ମୁମ୍ବାଇ: ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ୱେବ ସିରିଜ ‘ତାଣ୍ଡବ’କୁ ନେଇ ଆଇନଗତ ସମସ୍ୟା ସୃଷ୍ଟି ହୋଇଥିଲା । ସମାଜର ଏକ ବିଭାଗ ଏହି ସିରିଜ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଥିଲେ। ନୋଟିସ ଜାରି ହେବା ସହ ସିରିଜ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଥିଲା । ବହୁ ସମାଲୋଚନା ପରେ ସିରିଜର ନିର୍ଦ୍ଦେଶକ ତଥା ନିର୍ମାତା ଅଲ୍ଲୀ ଅବ୍ବାସ ଜଫର କ୍ଷମା ମାଗିଥିବା ବେଳେ ଆମାଜନ ପ୍ରାଇମ ଭିଡିଓ ମଧ୍ୟ ଅଫିସିଆଲ ଷ୍ଟେଟମେଣ୍ଟ ପ୍ରକାଶ କରି କ୍ଷମା ପ୍ରାର୍ଥନା କରିଛି ।

ସରକାରୀ ବିବୃତ୍ତି ଆମାଜନ ପ୍ରାଇମ ଭିଡିଓ ଦ୍ବାରା ପ୍ରକାଶ ପାଇଛି। ଯେଉଁଥିରେ ଲେଖାଯାଇଛି, ‘ଆମାଜନ ପ୍ରାଇମ ଭିଡିଓ ଅତ୍ୟନ୍ତ ଦୁଃଖିତ ଯେ ଦର୍ଶକ ନିକଟରେ ଲଞ୍ଚ କରାଯାଇଥିବା କାଳ୍ପନିକ ସିରିଜ ତାଣ୍ଡବର କିଛି ଦୃଶ୍ୟ ଆପତ୍ତିଜନକ ଲଗିଥିବାରୁ । କାହାର ଭାବନାକୁ ଅପମାନିତ କରିବା ଆମର ଲକ୍ଷ୍ୟ ନଥିଲା ଏବଂ ସଚେତନ ହେବା ପରେ ସେହି ଆପତ୍ତିଜନକ ଦୃଶ୍ୟଗୁଡିକ ଡିଲିଟ୍ କିମ୍ବା ଏଡିଟ୍ କରାଯାଇଥିଲା । ଆମେ ଆମର ଦର୍ଶକଙ୍କ ବିବିଧ ବିଶ୍ବାସକୁ ସମ୍ମାନ କରୁ ଏବଂ ସେହି ଦର୍ଶକଙ୍କ ପାଇଁ କ୍ଷମା ପ୍ରାର୍ଥନା କରୁଛୁ ଯେଉଁମାନେ ଆଘାତ ପାଇଛନ୍ତି । ଆମର ଦଳଗୁଡିକ କମ୍ପାନୀର ବିଷୟ ମୂଲ୍ୟାଙ୍କନ ପଦ୍ଧତିଗୁଡିକ ଅନୁସରଣ କରେ, ଏବଂ ଆମେ ବିଶ୍ବାସ କରୁ ଯେ ଦର୍ଶକଙ୍କ ଉନ୍ନତ ସେବା ଯୋଗାଇବା ପାଇଁ ସମୟ ସମୟରେ ଏହି ପଦ୍ଧତିଗୁଡିକର ଆଧୁନିକୀକରଣ ଆବଶ୍ୟକ । ଆମେ ଭାରତୀୟ ଆଇନର ପାଳନ କରିବା ସହ ଦର୍ଶକଙ୍କ ସଂସ୍କୃତି ଓ ଆସ୍ଥାର ସମ୍ମାନ କରି ମୋର ସହକର୍ମୀମାନଙ୍କ ସହିତ ଆହୁରି ଚିତ୍ତାକର୍ଷକ ବିଷୟ ବିକାଶ କରିବାକୁ ପ୍ରତିଶ୍ରୁତିବଦ୍ଧ ।’

ଆମାଜନ ପୂର୍ବରୁ ଅଲ୍ଲୀ ସୋସିଆଲ ମିଡିଆରେ କ୍ଷମା ପ୍ରାର୍ଥନା କରିଥିଲେ । ଆଉ ଲେଖିଥିଲେ, ‘ଆମକୁ ଜଣା ପଡିଛି ଯେ ସିରିଜର କିଛି କଣ୍ଟେଣ୍ଟ ଲୋକଙ୍କ ଭାବନାକୁ ଆଘାତ ଦେଇଛି । ମୁଁ କହିବାକୁ ଚାହୁଁଛି ସିରିଜର କାହାଣୀ ପୁରା ରୂପେ କାଳ୍ପନିକ । ଆମ ଟିମର କୌଣସି ସଦସ୍ୟଙ୍କ ଉଦ୍ଦେଶ୍ୟ ଏହା ନୁହେଁ ଯେ କାହାରି ଭାବନାକୁ ଆଘାତ ଦେବା । ତାଣ୍ଡବର କ୍ରୁ, ଦର୍ଶକଙ୍କ ଚିନ୍ତାଙ୍କୁ ଧ୍ୟାନରେ ରଖି ମୁଁ କ୍ଷମା ମାଗୁଛି ।’

ପ୍ରକାଶ ଥାଉକି ‘ତାଣ୍ଡବ’ର କିଛି ସିନ୍ସକୁ ନେଇ ସନ୍ତ ସମାଜ ସହିତ ଅନେକ ଲୋକ ଆପତ୍ତି ପ୍ରକାଶ କରିଥିଲେ । ବିଜେପି ବିଧାୟକ ରାମ କଦମ ମଧ୍ୟ ତାଣ୍ଡବର କଳାକାର ଏବଂ ମେକର୍ସଙ୍କୁ ଟାର୍ଗେଟ କରିଥିଲେ ।

ABOUT THE AUTHOR

...view details