ଓଡିଶା

odisha

By

Published : Oct 29, 2020, 6:19 PM IST

ETV Bharat / sitara

ବିବାଦ ପରେ ବଦଳିଲା ‘ଲକ୍ଷ୍ମୀ ବମ୍‌ର’ ଟାଇଟଲ୍‌

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ ବମ୍'ଙ୍କ ନାମକୁ ନେଇ ଚାଲିଥିବା ବିବାଦ ପରେ ଫିଲ୍ମର ନିର୍ମାତା ମାନେ ଶେଷରେ ଫିଲ୍ମର ଟାଇଟେଲ୍ ବଦଳାଇ ଦେଇଛନ୍ତି । ଅଧିକ ପଢନ୍ତୁ...

akshay kumar film laxmibomb is changed to laxmi after massive controversy
'ଲକ୍ଷ୍ମୀ ବମ୍' ନାଁକୁ ନେଇ ବିବାଦ,ଫିଲ୍ମର ନାମ ବଦଳାଇଲେ ଅକ୍ଷୟ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ 'ଲକ୍ଷ୍ମୀ ବମ୍'ଙ୍କ ନାମକୁ ନେଇ ଚାଲିଥିବା ବିବାଦ ପରେ ଫିଲ୍ମର ନିର୍ମାତାମାନେ ଶେଷରେ ଫିଲ୍ମର ଟାଇଟେଲ୍ ବଦଳାଇ ଦେଇଛନ୍ତି ।

ଆସନ୍ତା ମାସରେ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମର ନାମ ଏବେ ଲକ୍ଷ୍ମୀ ରଖାଯାଇଛି । ନିକଟରେ ଅକ୍ଷୟଙ୍କ ଏହି ଚଳଚ୍ଚିତ୍ର ଅନେକ ବିବାଦର ସମ୍ମୁଖୀନ ହୋଇଛି । ଏହି ଚଳଚ୍ଚିତ୍ରଟି ପ୍ରଥମେ ଏହାର 'ଲକ୍ଷ୍ମୀ ବମ୍' ଟାଇଟଲ୍ ପାଇଁ ଟ୍ରୋଲ କରାଯାଇଥିଲା, ପରେ ଫିଲ୍ମଟି ଲଭ୍ ଜିହାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଥିଲା । ଏହା ପରେ ଶ୍ରୀ ରାଜପୁତ କର୍ନି ସେନା ଏହି ଚଳଚ୍ଚିତ୍ର ନିର୍ମାତାଙ୍କୁ ଏକ ଆଇନଗତ ନୋଟିସ ପଠାଇଥିଲେ । ଏହି ନୋଟିସରେ ଏହି ଚଳଚ୍ଚିତ୍ରର ଟାଇଟଲ୍ ପରିବର୍ତ୍ତନ କରାଯିବାକୁ ଦାବି କରାଯାଇଛି ।

ଏହି ଆଇନଗତ ନୋଟିସ ଅନୁଯାୟୀ, ଫିଲ୍ମ 'ଲକ୍ଷ୍ମୀ ବମ୍' ଟାଇଟେଲ୍ ମାତା ଲକ୍ଷ୍ମୀଙ୍କ ପ୍ରତି ଅତ୍ୟନ୍ତ ଅସମ୍ମାନ ଅଟେ । ଲକ୍ଷ୍ମୀଙ୍କ ନାମକୁ ବମ୍ ସହିତ ଯୋଡିବା ହିନ୍ଦୁ ଧର୍ମର ଭାବନାକୁ ଆଘାତ ଦେଇଛି । ଏଥିସହିତ ଅଭିନେତା ମୁକେଶ ଖାନ୍ନା ମଧ୍ୟ ଏହି ଫିଲ୍ମର ଟାଇଟେଲକୁ ନେଇ ପଚାରିଥିଲେ ଯେ, ଆଲ୍ଲା କିମ୍ବା ଯୀଶୁଙ୍କ ନାଁ ବ୍ୟବହାର କରି କୌଣସି ଫିଲ୍ମର ଟାଇଟେଲ ଦିଆଯାଇପାରିବ କି?

ଏହି ଚଳଚ୍ଚିତ୍ରଟି 2011 ତାମିଲ ଚଳଚ୍ଚିତ୍ର କାଞ୍ଚାନାର ରିମେକ୍ ଅଟେ ।

ଏହି ଚଳଚ୍ଚିତ୍ରର ଟାଇଟଲ୍ କାହିଁକି ବଦଳାଗଲା ସେ ବିଷୟରେ ଆଲୋଚନା କରି ନିର୍ଦ୍ଦେଶକ ରାଘବ ଲରେନ୍ସ କହିଛନ୍ତି ଯେ, ତାମିଲ ଚଳଚ୍ଚିତ୍ରର ଟାଇଟଲ୍ କାଞ୍ଚନା ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ଉପରେ ରଖାଯାଇଛି । କାଞ୍ଚନା ଅର୍ଥ ସୁନା, ଯାହାର ମାତା ଲକ୍ଷ୍ମୀଙ୍କ ସହିତ ସିଧାସଳଖ ସଂଯୋଗ ଅଛି ।

ଉଲ୍ଲେଖନୀୟ କଥା ହେଉଛି, ଏହି ଚଳଚ୍ଚିତ୍ରରେ ଅକ୍ଷୟ ପ୍ରଥମ ଥର ପାଇଁ କିନ୍ନର ଭୂମିକାରେ ଅଭିନୟ କରିଛନ୍ତି ।

ABOUT THE AUTHOR

...view details