ଓଡିଶା

odisha

By

Published : May 27, 2021, 7:39 AM IST

ETV Bharat / sitara

ସୋସିଆଲ ମିଡିଆ ବନ୍ଦ ହେବା ପୂର୍ବରୁ ସୋନାକ୍ଷୀଙ୍କ ଶେଷ ସେଲଫି !

ଭାଇରାଲ ହେଲା ସୋନାକ୍ଷୀ ସିହ୍ନାଙ୍କ ନୂଆ ପୋଷ୍ଟ । ସୋସିଆଲ ମିଡିଆ ବନ୍ଦ ହେବା ପୂର୍ବରୁ ସେୟାର କଲେ ଶେଷ ସେଲ୍ଫି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ଚର୍ଚ୍ଚାରେ ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା । ସେ ବୁଧବାର ସୋସିଆଲ ମିଡିଆ ଇନଷ୍ଟାଗ୍ରାମ ଏବଂ ଟ୍ବିଟରର ନିଷେଧାଦେଶ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଜଣାଇଥିଲେ ଯେ ଯଦି ଏହା ଘଟେ ତେବେ ଶେଷ ପୋଷ୍ଟ ସେଲ୍ଫି ହେବା ଉଚିତ୍। ଏହାସହ ସେ ନିଜର ଏକ ସୁନ୍ଦର ଫଟୋ ମଧ୍ୟ ପୋଷ୍ଟ କରିଥିଲେ ।

ଯାହାର କ୍ୟାପସନରେ ସେ ଲେଖିଥିଲେ, ‘ଯଦି ଏହା ମୋର ଶେଷ ପୋଷ୍ଟ ହେବାକୁ ଯାଉଛି ତେବେ ଏକ ସୁନ୍ଦର ସେଲ୍ଫି ହେବା ଉଚିତ୍ ।’

ପ୍ରକାଶ ଥାଉକି ନୂତନ ଗାଇଡଲାଇନରେ ବାଧ୍ୟତାମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବାର ସମୟସୀମା ବୃହତ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟର, ଫେସବୁକ ଏବଂ ଅନ୍ୟାନ୍ୟ ଆପ୍ କେନ୍ଦ୍ର ଦ୍ବାରା ପାସ କରାଯାଇଛି।

ଯଦି ସୋନାକ୍ଷୀଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ଖୁବଶୀଘ୍ର ‘ବୁଲବୁଲ ତରଙ୍ଗ’ ଓ ‘ଭୂଜ: ଦ ପ୍ରାଇଡ ଅଫ୍ ଇଣ୍ଡିଆ’ରେ ନଜର ଆସିବେ । ଏହାସହ ସେ ଡିଜିଟାଲ ଦୁନିଆରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ‘ଫଲନ’ ସିରିଜ ଜରିଆରେ ଡିଜିଟାଲ ଦୁନିଆରେ ପାଦ ଥାପିବେ ।

ABOUT THE AUTHOR

...view details